ସିବିଏସ୍‌ଇ ବିଦ୍ୟାଳୟରେ ପ୍ରକାଶକ ପୁସ୍ତକ ମଧ୍ୟ ପଢାଯାଇ ପାରିବ

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ସ୍କୁଲ୍ ଗୁଡ଼ିକରେ ପୂର୍ବଭଳି ଅନ୍ୟ ପ୍ରକାଶିତ ପୁସ୍ତକଗୁଡ଼ିକ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନର ଆବେଦନ ପତ୍ରର ବିଚାର କରି ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ଆଜି ତାଙ୍କ ରାୟରେ ସ୍ଥାଗିତାଦେଶ ଜାରି କରିଛନ୍ତି ।ଓଡ଼ିଶା ସରକାରୀ ସ୍କୁଲ୍‌ମାନଙ୍କରେ ପୂର୍ବରୁ ପରିଚାଳିତ ପାଠ୍ୟପୁସ୍ତକରେ ସିବିଏସ୍‌ସିର ପାଠ୍ୟପୁସ୍ତକ ଏବଂ ବେସରକାରୀ ପ୍ରକାଶକ ମାନଙ୍କର ପୁସ୍ତକ ପରିଚାଳିତ କରିବା ପାଇଁ ବିଭିନ୍ନ ପ୍ରଦେଶର ନ୍ୟାୟାଳୟରେ ପୂର୍ବରୁ ରାୟ ଦେଇସାରିଛନ୍ତି ।ସି.ବି.ଏସ୍‌.ସି. ବୋର୍ଡ଼ ମଧ୍ୟ ସ୍ପଷ୍ଟ ଭାବରେ ତାଙ୍କର ଈସକ୍ଷବଙ୍ଗରେ ଉଲ୍ଲେଖ କରିଛନ୍ତି କୌଣସି ସରକାରୀ ବା ବେସରକାରୀ ସ୍କୁଲ୍ ଯଦି ବେସରକାରୀ ପୁସ୍ତକ ପ୍ରଚଳନ କରିବା ପାଇଁ ଚାହୁଁଛନ୍ତି ତାଙ୍କର ନିର୍ଦ୍ଧାରିତ ୱେବ୍‌ସାଇଟ୍ ମାଧ୍ୟମରେ ପ୍ରକାଶକମାନଙ୍କର ନାମ ଉଲ୍ଲେଖିତ କରିବା ପାଇଁ ବାଧ୍ୟ । ଆଜି ଉଚ୍ଚତମ ନ୍ୟାୟାଳୟର ରାୟ ପ୍ରକାଶ ପାଇଲା ପରେ ବିଭିନ୍ନ ସଂଗଠନମାନ, ଅଭିଭାବକ, ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଡଃ ବଦ୍ରିନାଥ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ. ଏସ୍‌. ମୀନକେତନ, ସାଧାରଣ ସମ୍ପାଦକ ଡଃ ଏସ୍‌. ମହାପାତ୍ର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ