ବିଜୁ ଜୟନ୍ତି ସଫଳ ରୁପାୟନ ପାଇଁ ବୈଠକା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆସନ୍ତା ୫ ତାରିଖ ଦିନ ବିଜୁବାବୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମକୁ କିପରି ସଫଳତାର ସହ ପାଳନ କରାଯିବ ସେଥିପାଇଁ ପାରଳାଖେମୁଣ୍ଡି ସର୍କିଟ ହାଉସ ପରିସରରେ ଜିଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଆଲୋଚନା କରାଯାଇଥିଲା । ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମାଞ୍ଚଳରୁ ଆରମ୍ଭ ହୋଇ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ କିପରି ସୂଚାରୁ ରୂପେ ପାଳନ ହେବ ସେଥିପାଇଁ ବିଭିନ୍ନ କର୍ମୀଙ୍କୁ ଆହ୍ୱାନ ଦିଆଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ମହିଳାମାନଙ୍କୁ ଅଗ୍ରାଧିକାର ଦେଇଆସୁଥିବା ଯୋଗୁଁ ଆଗାମୀ ମହିଳା ଦିବସ ଦିନ ଜିଲା ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା । ମହିଳା ଦିବସରେ ମଧ୍ୟ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ଜିଲାସ୍ତରରେ ମହିଳାମାନଙ୍କ ପାଇଁ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯିବ ବୋଲି କୁହାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲା ସଭାପତି ପ୍ରଦୀପ ନାୟକ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲା କାର୍ଯ୍ୟକାରୀ ସଭାପତି ମାରୁତ କୁମାର ପାଳ ପ୍ରମୁଖଙ୍କ ସହ ବହୁ ଜିଲାସ୍ତରୀୟ ନେତା ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ