କଳାହାଣ୍ଡି ପୋଲିସର ଆଉ ଏକ ସଫଳତା
କଳାହାଣ୍ଡି: ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଚାଲିଥିବା ମାଓ ଦମନ ଅଭିଯାନକୁ ଆଜି ଆଉ ଏକ ସଫଳତା ହାସଲ ହୋଇଛି। ଏହି କ୍ରମରେ ଏକ ଗୁପ୍ତ ସୂଚନା ଆଧାରରେ ମ ରାମପୁର ଥାନା ଅଞ୍ଚଳରେ ଘନ ମାଝୀ ନାମକ ଜଣେ ମାଓବାଦୀ ମିଲିସିଆ ଯିଏ କି ବାରବନ୍ଧା ଜଙ୍ଗଲରେ ଥିବା ମାଓବାଦୀ ମାନଙ୍କ ପାଇଁ ଗୁପ୍ତରେ ବିସ୍ଫୋରକ ସାମଗ୍ରୀ, ମାଓ ପ୍ରଚାର ପତ୍ରିକା ଓ ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରପଡିଛି ଓ ତା ଠାରୁ ଉପରୋକ୍ତ ସାମଗ୍ରୀମାନ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ମ ରାମପୁର ଥାନା ମକଦ୍ଦମା ନମ୍ବର 49/2020 ରୁଜୁ କରାଯାଇଛି ଏବଂ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି।


