ଅତିରିକ୍ତ ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ଶ୍ରୀବଳଦେବଜୀଉ ମନ୍ଦିର ପରିଦର୍ଶ
ନକେନ୍ଦ୍ରାପଡା : ଦେବୋତ୍ତର ବିଭାଗର ଅତିରିକ୍ତ ସହକାରୀ ଦେବୋତ୍ତର ଆୟୁକ୍ତ ସୁମନ କୁମାର ଜେନା ସୋମବାର ପୂର୍ବାହ୍ନରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ଏଠାରେ ପହଁଚିବା ପରେ ପ୍ରଥମେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଦେବୋତ୍ତର ସଂସ୍ଥାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ଡେରାବିଶି ବ୍ଲକ ଅନ୍ତର୍ଗତ ଠାକୁରପାଟଣାର ଲଛମନଜୀଉଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଉଭୟ ମନ୍ଦିର ପରିଦର୍ଶନ ସମୟରେ କଟକ ଦେବୋତ୍ତର ସଂସ୍ଥାର ଉପଖଣ୍ଡ ନୀରିକ୍ଷକ, କେନ୍ଦ୍ରାପଡା ଦେବୋତ୍ତର ନୀରିକ୍ଷକ, ଶ୍ରୀବଳଦେବଜୀଉ ମନ୍ଦିର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟବୋର୍ଡର ସଭ୍ୟ ତଥା ପୂର୍ବତନ ନଗରପାଳ ଧିରେନ କୁମାର ସାହୁ, ଯଯାତି କେଶରୀ ମହାନ୍ତି, ରଞ୍ଜନ କୁମାର ପୃଷ୍ଟି, ବରିଷ୍ଠ ସେବାୟତ ବଳରାମ ସୁଆର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।


