ଦିଲ୍ଲୀରେ କରୋନା, ଜଣେ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ଯାହାକୁ ନେଇ ଦିଲ୍ଲୀରେ କୋକୁଆ ଭୟ ଖେଳିଯାଇଛି । ଚାଇନାରେ କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ ଭାରତରେ କିନ୍ତୁ କରୋନାର ଭୟ ପରିଲକ୍ଷିତ ହୋଇନାହିଁ । ତେବେ କେରଳ ପରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ଖବର ଏବେ ବେଶ ଆଲୋଡ଼ନ ସୃଷ୍ଟି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସୂଚନାନୁଯାୟୀ କରୋନା ସନେ୍ଦହରେ ୨୩ ଜଣଙ୍କର ପରୀକ୍ଷାନିରୀକ୍ଷା କରାଯାଉଛି । ସେହିପରି ବିମାନ ବନ୍ଦର ନିକଟରେ ୫ ଲକ୍ଷ ଯାତ୍ରୀଙ୍କ ପରୀକ୍ଷା ହୋଇଥିବାବେଳେ ବନ୍ଦର ନିକଟରେ ପ୍ରାୟ ୧୨୪୩୧ ଜଣଙ୍କର ପରୀକ୍ଷା ହୋଇଛି । ସମ୍ପ୍ରତି ୧୨ ଦେଶରୁ ଆସୁଥିବା ଯାତ୍ରୀଙ୍କର ଭଲଭାବେ ଯାଂଚ କରାଯିବା ସହ ପରୀକ୍ଷା ନିରୀକ୍ଷା କରାଯାଉଛି । ଅପରପକ୍ଷରେ କରୋନା ଭୂତାଣୁ ଯୋଗୁଁ ଆଜଲାନ ଶାହା କପ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଇଛି ।