କ୍ୟାନସର ପୀଡ଼ିତଙ୍କୁ ନିଜ ଚୁଟି ଦାନକଲେ ଏହି ମହିଳା

(ଯୁଗାଦ୍ଦ ନ୍ୟୁଜ) କୁହାଯାଏ, ଯଦି ହୃଦୟରେ ଅନ୍ୟକୁ ସାହାଯ୍ୟ କରିବାର ଇଚ୍ଛା ଥାଏ, ତେବେ ଆପଣ ଘରେ ବସି ମଧ୍ୟ ଅନ୍ୟ ପାଇଁ ବରଦାନ ପାଲଟିଯିବେ । ଏମିତି ଜଣେ ମହିଳା ହେଉଛନ୍ତି ଉତ୍ତରାଖଣ୍ଡ ରାମନଗରର ସୋନମ ଭଟେଜା । ସେ ନିଜ ଚୁଟି କାଟି କ୍ୟାନସର ପୀଡ଼ିତଙ୍କ ପାଇଁ ୱିଗ୍ ପ୍ରସ୍ତୁତ କରୁଥିବା ଟ୍ରଷ୍ଟ୍କୁ ଦାନ ଦେଇଛନ୍ତି । ସୋନମ ଜଣେ ଗୃହିଣୀ । ସେ ଇଂରାଜୀରେ ଏମଏ ପାସ୍ କରିଛନ୍ତି । ସେ ଘରେ ବସି ଗରିବ ପିଲାମାନଙ୍କୁ ମାଗଣାରେ ଟ୍ୟୁସନ୍ ମଧ୍ୟ କରନ୍ତି । ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ । ଏନେଇ ସୋନମ କୁହନ୍ତି, ପିଲାଦିନେ ମୋତେ ବଡ଼ ଚୁଟି ରଖିବା ବହୁତ ପସନ୍ଦ ଥିଲା । କିନ୍ତୁ ଦିନେ ଜଣେ କ୍ୟାନସର ପୀଡ଼ିତଙ୍କୁ ଭେଟିବା ପରେ ତାଙ୍କୁ କୌଣସି ଉପାୟରେ ସାହାଯ୍ୟ କରିବା ପାଇଁ ଭାବିଥିଲି । ପରେ ୱିଗ୍ ଟ୍ରଷ୍ଟ ସହ ସମ୍ପର୍କ କରି ମୋ ଚୁଟି ଦାନ ଦେଇଥିଲି ବୋଲି କହିଛନ୍ତି । ଆଗକୁ ମଧ୍ୟ ଏହା ଜାରି ରଖିବେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ