ଗଜପତି ନାବାଳିକା ହତ୍ୟା ମାମଲାରେ ୧୫ ଜଣ ଦୋଷୀ ସାବ୍ୟସ୍ତ ୨ଜଣଙ୍କୁ ୭ବର୍ଷ,ଅନ୍ୟ ୧୩ଜଣଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି,–(ତାରିଣୀ ପ୍ରଶାଦ ପଣ୍ଡା) ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅଡାସିଂ ଗ୍ରାମର ତିନି ବର୍ଷ ତଳେ ଘଟିଥିବା ନାବାଳିକା ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଏଡିଜେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାନ୍ୟବର ଏଡିଜେ ଅରୁଣ କୁମାର ସାହୁ ମାମଲାର ସମସ୍ତ ସାକ୍ଷ୍ୟ ବୟାନ ଏବଂ ମକଦ୍ଦମା ଉପରେ ଶୁଣାଣି କରି ଚୁଡାନ୍ତ ରାୟ ଶୁଣାଇଛନ୍ତି । ୨ମୁଖ୍ୟ ଅଭିଯୁକ୍ତ ଦିଲେଶ୍ୱର ଶବର ଓ ଦେବରାଜ ଶବରଙ୍କୁ ୭ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ଶହ ୨ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଜରିମାନା ପଇଠ ଅନାଦେୟ କ୍ଷେତ୍ରରେ ଆଉ ୩ମାସ ଅଧିକା ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିଭଳି ଏହି ମାମଲାରେ ଜଡିତ ତଳ ଶଙ୍କରଗୁଡାର ଅନ୍ୟ ୧୩ ଜଣ ଅଭିଯୁକ୍ତ ଶଶି ଶବର,ନରସିଂହ ଶବର,ମାଳତି ଶବର,ରେଣୁକା ଶବର,ଜାମିନୀ ଶବର,ଫୁଲମତି ଶବର,ଶୁନାଦାନି ଶବର,ରେବତି ଶବର,ଧନମଣି ଶବର,ରାଜୁ ଭୁୟାଁ,ସେନା ଶବର,ଦାମୋଦର ଶବର ଓ ନାରାୟଣ ଶବରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୨ବର୍ଷ ଲେଖାଏଁ ଦଣ୍ଡାଦେଶ କରିବା ସହ ୧ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଜରିମାନା ଅନାଦେୟ କ୍ଷେତ୍ରରେ ଆଉ ଏକ ମାସ ଲେଖାଏଁ ଜେଲରେ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତ ୧୫ଜଣଙ୍କ ମଧ୍ୟରେ ୭ଜଣ ମହିଳା ଅଭିଯୁକ୍ତ ରହିଛନ୍ତି । ସରକାରୀ ଓକିଲ ରୋକାମ ଜନାର୍ଦ୍ଧନ ରାଓଙ୍କ ସୁଚନା ପ୍ରକାରେ ଅଡାସିଂ ଗ୍ରାମର ଜଣେ ନାବାଳିକା ଅପରାହ୍ନରେ ନଦୀକୁ ଯାଇ ଘରକୁ ଫେରୁଥିବା ସମୟରେ ତଳ ସଙ୍କରଗୁଡାର ଦିଲ୍ଲେଶ୍ୱର ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଏହାପରେ ନାବାଳିକାର ବାପା ଜାଣିବା ପରେ ଦିଲ୍ଲେଶ୍ୱର ନିକଟକୁ ଯାଇ ଚାପୁଡା ମାରିଥିଲେ । ଏତିକିରେ ମାମଲା ଅଟକି ନଥିଲା । ଦିଲ୍ଲେଶ୍ୱର ଯାଇ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବାରୁ ଗୋଟିଏ ଅଟୋରେ ୧୫ ଜଣ ନାବାଳିକାଙ୍କ ଘରକୁ ଜାଇଥିଲେ । ନାବାଳିକାର ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ନାବାଳିକା ଜଣକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଗୁରାଣ୍ଡି ଥାନାରେ ଅଭିଯୋଗ ହୋଇଥିଲା । ତକ୍ରାଳୀନ ଗୁରାଣ୍ଡି ଥାନାଧିକାରୀ ମକଦ୍ଧମା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଦିଲ୍ଲେଶ୍ୱର ଶବର ଓ ଦେବରାଜ ଶବରଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଥିଲେ । ଏହି ମାମଲା ଗତ ୩ ବର୍ଷ ହେଲା ଏଡିଜେ କୋର୍ଟରେ ଶୁଣାଣି ଜାରି ରହିଥିଲା । ମାମଲାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଏବଂ ଥାନାଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ କୋର୍ଟ ସମସ୍ତ ଦୋଷା ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ