ଟେଲିକମ୍ ମନ୍ତ୍ରଣାଳୟକୁ ୩ ହଜାର କୋଟି ପ୍ରଦାନ କଲା ଭୋଡାଫୋନ୍-ଆଇଡିଆ
ମୁମ୍ବାଇ : ଭୋଡାଫୋନ୍ ଆଇଡିଆ ପକ୍ଷରୁ ଟେଲିକମ୍ ମନ୍ତ୍ରଣାଳୟକୁ ୩ ହଜାର କୋଟିର ବକେୟା ରାଶି ପ୍ରଦାନ କରାଯାଇଛି । ମଙ୍ଗଳବାର ଭୋଡାଫୋନ୍ ଏୟାରଟେଲ୍ ପକ୍ଷରୁ ୩୦୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ମଙ୍ଗଳବାର ଏୟାରଟେଲ ପକ୍ଷରୁ ମଧ୍ୟ ୨ ହଜାର କୋଟି ପ୍ରଦାନ କରାଯାଇଛି । ୨୦୧୪ରେ ହୋଇଥିବା ଟେଲିକମ୍ ନିଲାମୀର ବକେୟା ରାଶି ଟେଲିକମ୍ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଭୋଡାଫୋନ୍ ଆଇଡିଆ ପକ୍ଷରୁ ୫୩ ହଜାର କୋଟି ଟଙ୍କାର ବକେୟା ରାଶି ରହିଥିବା ବେଳେ ଏୟାରଟେଲର ୩୫ ହଜାର କୋଟି ବକେୟା ରହିଛି । ଏୟାରଟେଲ୍ ପକ୍ଷରୁ ୧୮ ହଜାର କୋଟି ବକେୟା ରାଶି ପ୍ରଦାନ କରାଯାଇଛି ।