ପ୍ରଶାସନ ପକ୍ଷରୁ ଜାରି ହେଲା ଟ୍ରାଫିକ୍ କଟକଣା

ବାଲେଶ୍ୱର,ଯୁଗାବ୍ଦ ନ୍ୟୁଜ୍ର): ଲୋକସଭା ଓ ବିଧାନସଭା ନିମନ୍ତେ ଅନୁଷ୍ଠିତ ସାଧାରଣ ନିର୍ବାଚନ-୨୦୧୯ର ଭୋଟ ଗଣତି କାର୍ଯ୍ୟକ୍ରମ ଆସନ୍ତା ମେ ୨୩ ତାରିଖରେ ଜିଲ୍ଲା କିଲଟରୀ ପରିସରରେ ଅନୁଷ୍ଠିତ ହେବ । ଏଥି ଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଏହି ଦିନ ବାଲେଶ୍ୱର ସହର ମଧ୍ୟରେ ବ୍ୟାପକ ଜନ ସମାଗମ ଏବଂ ଅଧିକସଂଖ୍ୟକ ଯାନବାହାନ ଚଳାଚଳର ସମ୍ଭାବନାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲାଗି ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଶ୍ୱର୍ବର୍ତୀ ରୁଟ୍ରେ ମେ ୨୩ ତାରିଖ ଦିନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଫକୀରମୋହନ ଗୋଲେଇ ଠାରୁ ଟେକ୍ନିକାଲ ସ୍କୁଲ ଭାୟା ଫାଣ୍ଡି ଛକ ଏବଂ କଚେରୀ ଗଳି ମଧ୍ୟରେ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯିବା ସହିତ ଫକୀରମୋହନ ଗୋଲେଇ ଠାରୁ ସମସ୍ତ ପ୍ରକାର ଗାଡିର ଗତିପଥକୁ ପରିବର୍ତନ କରାଯାଇ ସେଗୁଡିକୁ ଷ୍ଟେସନ ଛକ, ଏଡିଏମ ଛକ ଏବଂ ଟେକ୍ନିକାଲ ସ୍କୁଲ କ୍ରସିଂ ମଧ୍ୟ ଦେଇ ଯାତାୟତ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେହିପରି ଝାଡେଶ୍ୱର ମନ୍ଦିର ଠାରୁ କଚେରୀ ଗଳି ମଧ୍ୟରେ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ଏଥି ପରିବର୍ତେ ରାଣୀପାଟଣା-ନିଳିଆବାଗ-ଚିଡିଆପୋଲ ଏବଂ ଟେକ୍ନିକାଲ ସ୍କୁଲ କ୍ରସିଂ ମଧ୍ୟରେ ଯାତାୟତ ନିମନ୍ତେ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଏହାର ଅନୁପାଳନ ସହ ଏଥିରେ ସହଯୋଗ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ