ପେନ୍‌ସେନ ପାଇଁ ସରକାରଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ଝାଡଖଣ୍ଡ: ଜଣେ ମହିଳା ପ୍ରାୟ ଚାଳିଶ ବର୍ଷ ଧରି ପେନ୍‌ସେନ୍‌ ପାଇଁ ଆବେଦନ କରି ଆସୁଥିଲେ, କିନ୍ତୁ ପାଇପାରୁନଥିଲେ । ବହୁ ଦହଗଞ୍ଜ ହେବା ପରେ ସେ ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ପଚାଶ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ମହିଳାଙ୍କୁ ଦଶ ପ୍ରତିଶତ ସୁଧ ସହିତ ପେନସେନ୍‌ ପ୍ରଦାନ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଡକ୍ଟର ଏସ.ଏନ୍ ପାଥକଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପେନ୍‌ସେନ ଦେବା ରାଜ୍ୟସରକାରଙ୍କ କାମ । ସରକାରୀ କର୍ମଚାରୀଙ୍କ ଯୋଗୁଁ ଏତେ ଦିନ ପର୍ଯ୍ୟନ୍ତ ପେନସନ୍‌ ବିଚାରାଧୀନ ଥିଲା। ଦଶ ପ୍ରତିଶତ ସୁଧ ସହିତ ଆବେଦନକାରୀଙ୍କୁ ପେନ୍‌ସନ୍‌ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଯାଚିକା କର୍ତ୍ତା ଜସୁମତି ପିଙ୍ଗୁଆଙ୍କ ସ୍ବାମୀ ସିଂହଭୂମ୍‌ ଜିଲ୍ଲାର ଟକ୍କର ବାପ୍ପା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଥିଲେ । ୧୯୭୬ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ପେନସେନ୍‌ ପାଇଁ ସରକାରଙ୍କ ନିକଟରେ ଗୁହାରି ଜଣାଇଥିଲେ ତାଙ୍କ ସ୍ତ୍ରୀ ଜସୁମତି ପିଙ୍ଗୁଆ । ପେନ୍‌ସେନ ନ ମିଳିବା ଫଳରେ ସେ ଏନେଇ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ । ଡେରିରେ ହେଉ ପଛେ ଜସୁମତିଙ୍କ ନ୍ୟାୟ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ