ଶାସଙ୍ଗ ବାଇଧର ନୋଡାଲ ସ୍କୁଲର ବାର୍ଷିକ ଉତ୍ସବ

ହାଟଡ଼ିହି, : ଶାସଙ୍ଗ ବାଇଧର ନୋଡାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ ନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ପୁର୍ବତନ ଏବିଇଓ ତପୋଧନ ସ୍ୱାଇଁ, ଜାମୁଜୋଡି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ଚରଣ ବିଶ୍ୱାଳ, ଶାସଙ୍ଗ ହାଇସ୍କୁଲର ସହକାରୀ ଶିକ୍ଷକ ନବ କିଶୋର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଦମାର୍ଗରେ ପରିଚାଳିତ ହେବାକୁ ଦିଗଦର୍ଶନ ଦେଇଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଅଭିଭାବକମାନେ ମଧ୍ୟ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ଦିଗରେ ଯତ୍ନବାନ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶାସଙ୍ଗ ହାଇସ୍କୁଲର ଶିକ୍ଷକ ପଦ୍ମନାଭ ପଣ୍ଡା ମଞ୍ଚ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନୀ ସାମଲ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶଶିକାନ୍ତ ବିଶ୍ୱାଳ, ଅନ୍ନପୁର୍ଣ୍ଣା ପାଣିଗ୍ରାହୀ, ଜୟଶ୍ରୀ ରାଉତ, ନଟବର ସାହୁ, ଲଳିତ କୁମାର ବିଶ୍ୱାଳ, ମାମିନା ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ