ଗୁଜବ ଦୂର ପାଇଁ ୩୦ ଟଙ୍କାରେ ଫୁଲ୍ ପ୍ଲେଟ୍ ଚିକେନ୍
ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କ କରୋନା ପଜେଟିଭ୍ ମିଳିବା ପରେ ଏହି ଗୁଜବ ସୃଷ୍ଟି ହୋଇଥିଲା ଯେ, ଚିକେନ୍ ଖାଇଲେ ସଂକ୍ରମିତ ହେଉଛି କରୋନା । ଖାଲି ଦିଲ୍ଳୀ ଭିତରେ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଏହି ଗୁଜବ ଜୋର ଧରିଛି । ଉତ୍ତରପ୍ରଦେଶର ଗୋରଖପୁରରେ ଏହି ଗୁଜବ ଦୂର କରିବା ପାଇଁ ଫୁଲ୍ ପ୍ଲେଟ୍ ଚିକେନକୁ ୩୦ ଟଙ୍କାରେ ବିକ୍ରି କରାଯାଇଛି । କୁକୁଡା ଫାର୍ମ ଆସୋସିଏସନ୍ ପକ୍ଷରୁ ଏହି ଭୟ ଦୂର କରିବା ପାଇଁ ଏଠାରେ ଏକ ଚିକେନ୍ ମେଳାର ଆୟୋଜନ କରାଯାଇଥିଲା । ଲୋକଙ୍କୁ ସଚେତନ କରାଯାଇଥିଲା ଯେ, ପକ୍ଷୀଙ୍କ କାରଣରୁ ଏହି ଭାଇରସ୍ ସଂକ୍ରମିତ ହେଉନାହିଁ । ସୂଚନାଯୋଗ୍ୟ ଯେ, ଅଞ୍ଚଳରେ ଲୋକେ ଗତ ଏକମାସ ଧରି କରୋନା ଭୟରେ ଚିକେନ୍ ଖାଇବା ବନ୍ଦ କରିଦେଇଛନ୍ତି ।