ବସକୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ,୨ଗୁରୁତର ୫ ଆହତ

ରାଇରଙ୍ଗପୁର:ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ ଦୁଆରଶୁଣୀ ଘାଟିରେ ବାରିପଦାରୁ ରାଇରଙ୍ଗପୁର ଆସୁଥିବା ବେସରକାରୀ ପରିବହନ ବସ’ଆନନ୍ଦ’ ବୁଧବାର ଅପରାହ୍ନରେ ଦୁଆରଶୁଣୀ ଘାଟି ଚଢୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବସ ସହିତ ପିଟି ହୋଇ ଘାଟି ତଳକୁ ଖସି ପଡିଥିଲା ।ଟ୍ରକ ଡ୍ରାଇଭର ସମେତ ୨ଗୁରୁତର ହୋଇଥିବା ବେଳେ ବସ୍ ଯାତ୍ରୀ ୫ ଆହତ ହୋଇଛନ୍ତି । ପୋଲିସ ତଦନ୍ତ କରୁଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ