ବସକୁ ୬ଲକ୍ଷ ୭୨ହଜାର ଟଙ୍କାର ଜରିମାନା

ବୌଦ୍ଧ: ଯାତ୍ରୀବାହୀ ବସକୁ ୬ଲକ୍ଷ ୭୨ହଜାର ୪୪୫ଟଙ୍କାର ଜରିମାନା। ବୌଦ୍ଧ ଆରଟିଓ ପକ୍ଷରୁ ଏହି ଚାଲାଣ କଟାଯାଇଛି। ଭୁବନେଶ୍ୱରରୁ ବୌଦ୍ଧ ଯାତାୟାତ କରୁଥିବା ମିନାର ନାମକ ଏହି ବସଟି ୫ଟି ଟ୍ରାଫିକ ନିୟମ ଉଂଲଘନ କରିଥିବାରୁ ଚାଲାଣ କଟାଯାଇଥିବା ଆରଟିଓ ସୂତ୍ରରୁ ପ୍ରକାଶ । ବିନା ରେଜିଷ୍ଟ୍ରେସନରେ ଚାଲୁଥିବାରୁ ୫ହଜାର, ୧୭୭ ଧାରା ନିୟମ ଉଂଲଘନ ପାଇଁ ୫୦୦, ବସର ରୁଟ ପରମିଟ ନଥିବାରୁ ୧୦ହଜାର, ଇନସୁରାନ୍‌ସ ନଥିବାରୁ ୨ହଜାର ଏବଂ ୨୦୧୮ରୁ ୨୦୨୦ ମଧ୍ୟରେ ବସର ଟ୍ୟାକ୍ସ ଏବଂ ଟ୍ୟାକ୍ସ ପୈଠ ହୋଇ ନଥିବାରୁ ଫାଇନ ଲାଗି ୬ଲକ୍ଷ ୫୪ହଜାର ୯୪୫ଟଙ୍କାର ଚାଲାଣ କଟାଯାଇଛି।ସେପଟେ ଟ୍ରାଫିକ୍‌ ଯାଞ୍ଚ ଜୋରଦାର ଚାଲିଥିବା ବେଳେ ନାବାଳକଙ୍କୁ ସ୍କୁଟି ଚଳାଇବା ମହଙ୍ଗା ପଡ଼ିଛି। ଦୁଇ ନାବାଳକଙ୍କର ୬୦ହଜାର ଟଙ୍କାର ଚାଲାଣ କାଟିଛି ଟ୍ରାଫିକ ପୁଲିସ। ହେଲମେଟ ପାଇଁ ୫ହଜାର ଲେଖାଏଁ ଜରିମାନା ଓ ନାବାଳକ ହୋଇଥିବାରୁ ୨୫ହଜାର ଲେଖାଁଏ ଟଙ୍କାର ଚାଲାଣ କଟାଯାଇଛି। ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ ଯାଂଚ ବେଳେ ଟ୍ରାଫିକ ପୁଲିସ ହାବୁଡ଼ରେ ପଡିଥିଲେ ୨ ନାବାଳକ।ମାର୍ଚ୍ଚ ପହିଲା ଠାରୁ ନୂଆ ମୋଟର ଯାନ ଆଇନକୁ ସାରା ରାଜ୍ୟରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଆଜି ବି ପଞ୍ଚମ ଦିନରେ ଟ୍ରାଫିକ ଚେକିଂ ଜୋରଦାର ଚାଲିଛି। ନୂଆ ମୋଟର ଯାନ ଆଇନ ନିୟମ ଉଲଘଂନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ