ମା ଶ୍ୟାମାକାଳୀ ପୂଜା ପାଇଁ ଆସିକା ଚିନିଶିଳ୍ପ ନୂଆଗାଁ ଉତ୍ସବମୁଖର

ଆସିକା (ୱାଇଏନ୍‍ଏସ୍‍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସିକା ନିକଟସ୍ଥ ଚିନିଶିଳ୍ପ ନୂଆଗାଁରେ ଉତ୍ସାହ ଓ ଉଦ୍ଦୀପନାର ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଶ୍ରୀ ଶ୍ରୀ ମା ଶ୍ୟାମାକାଳୀ ମହାଦେବୀଙ୍କ ଉନବିଂଶତମ ବାର୍ଷିକ ପୂଜା ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ଚିନିଶିଳ୍ପ ନୂଆଗାଁ ଅଞ୍ଚଳ ଉତ୍ସବମୁଖର ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଶକ୍ତିମୟୀ, କରୁଣାମୟୀ, ଭକ୍ତବତ୍ସଳା ମା ଶ୍ୟାମାକାଳୀଙ୍କ ପୂଜା ରୀତିନୀତି ଅନୁଯାୟୀ ଆଲୋକର ପର୍ବ ଦୀପାବଳୀ ତିଥି ଠାରୁ ଆରମ୍ଭ ହୋଇଥିବା ବେଳେ ଆକର୍ଷଣୀୟ ପୂଜାମଣ୍ଡପ, ରଙ୍ଗବେରଙ୍ଗର ଆଲୋକସଜ୍ଜା, ସ୍ୱତନ୍ତ୍ର ତୋରଣ, ଚଣ୍ଡୀପାଠ, ଘଣ୍ଟଖୋଳ ଓ ଶଙ୍ଖନାଦ ସାଙ୍ଗକୁ ଦୀପପ୍ରଜ୍ୱଳନ ଓ ସନ୍ଧ୍ୟା ସମୟରେ ଆଳତୀ କାର୍ଯ୍ୟକ୍ରମ ସମଗ୍ର ପରିବେଶକୁ ଭକ୍ତିଳ କରିଦେଉଛି । ମା ଶ୍ୟାମାକାଳୀ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଝିଲିମିଲି ଆଲୋକମାଳାରେ ସମଗ୍ର ଅଞ୍ଚଳ ଝଲସି ଉଠୁଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପୂଜାକୁ ସଂପନ୍ନ କରିବା ଲାଗି ଅୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ମହାମାୟା ମା କାଳୀଙ୍କ ଧରାପୃଷ୍ଠକୁ ଆଗମନରେ ସମଗ୍ର ଚିନିଶିଳ୍ପ ନୂଆଗାଁ ଉତ୍ସବମୁଖର ହୋଇପଡିଥିଲା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା ସୃଷ୍ଟି ହୋଇଛି । ଚିନିଶିଳ୍ପ ନୂଆଗାଁର ସାର୍ବଜନୀନ ମା ଶ୍ୟାମାକାଳୀ ପୂଜା ଚଳିତବର୍ଷ ଉନବିଂଶତମ ବର୍ଷରେ ପଦାର୍ପଣ କରିଥିଲା ବେଳେ ମା ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ବେଶ ମନଲୋଭା ହୋଇଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ଆଲୋଚିତ ହେଉଛି । ଚିନିଶିଳ୍ପ ନୂଆଗାଁ ମା ଶ୍ୟାମାକାଳୀ ପୂଜା ପରିଚାଳନା କମିଟିର ସଭାପତି ତଥା ଚିନିଶିଳ୍ପ ନୁଆଗାଁ ସୁରକ୍ଷା ମଞ୍ଚର ସଭାପତି ନିରଂଜନ ନାୟକ, ଅଧ୍ୟାତ୍ମିକପ୍ରେମୀ ସନ୍ତୋଷ କୁମାର ପରିଡା, କାର୍ତ୍ତିକ ନାହାକ, ରଘୁନାଥ ପରିଡା, ପାଣ୍ଡବ ନାହାକ, ବାସୁଦେବ ନାହାକ, କୃଷ୍ଣଚନ୍ଦ୍ର ବିଶ୍ୱାଳ, କଳ୍ପତରୁ ପ୍ରଧାନ, ଭଗବାନ ପରିଡା, ସନ୍ତୋଷ କୁମାର ନାହାକ, କାଳୁଚରଣ ପରିଡା, ମୋଚିରାମ ବିଶ୍ୱାଳ, ପରିକ୍ଷିତ ନାହାକ, ଜନାର୍ଦ୍ଦନ ନାହାକ, ଅରିକ୍ଷିତ ନାହାକ, ବାଦଲ୍‍ ନାହାକ, ଜଗନ୍ନାଥ ପରିଡା, ରବିନ୍ଦ୍ର କୁମାର ସ୍ୱାଇଁ, ଅନୁପ କୁମାର ନାହାକ, ଜଗନ୍ନାଥ ନାହାକ, ଅଶୋକ କୁମାର ନାହାକ, ନାରାୟଣ ନାହାକ, ଗଣେଶ ନାହାକଙ୍କ ସମେତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ମା ଶ୍ୟାମାକାଳୀଙ୍କ ପୂଜା ପାଳିତ ହୋଇଥିବା ଦେଖିବାକୁ ମିଳୁଛି । ଶେରଗଡ ନିକଟସ୍ଥ ମଥୁରା ମଥୁରା ଗ୍ରାମର ବିଦ୍ୱାନ ପଣ୍ଡିତ ଅଜିତ୍‍ କୁମାର ହୋତା, ସହଯୋଗୀ ପଣ୍ଡିତ ଅରୁଣ କୁମାର ରଥ, ସମୀର କୁମାର ପଣ୍ଡା, ଶ୍ରୀମନ୍ତ ଆଚାର୍ଯ୍ୟଙ୍କ ମନ୍ତ୍ରୋଚାରଣରେ ଚିନିିଶିଳ୍ପ ନୁଆଗାଁର ଭାଗବତ ସାହି (ବଡସାହି) ର ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମା ଶ୍ୟାମାକାଳୀଙ୍କ ପୂଜା ପାଇଁ ସ୍ଥାନୀୟ ଅଞ୍ଚଳର ଉତ୍ସବମୁଖର ହୋଇପଡିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ