ଚିନିଶିଳ୍ପର ମୋଲାସିସ୍ ଟାଙ୍କି ଫାଟିବାରୁ ମୁଖ୍ୟରାସ୍ତାକୁ ଆସିଲା ତରଳ ଗୁଡ଼

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଚିନିଶିଳ୍ପରେ ଥିବା ମୋଲାସିସ୍ ଟାଙ୍କିରୁ ତରଳ ଗୁଡ଼ ପ୍ରବାହିତ ହେବା ଫଳରେ ଲକ୍ଷାଧିକ ଟଙ୍କାର ଚିନି ନଷ୍ଟ ହେବାର ଘଟଣା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ରାତିରେ କାର୍ଯ୍ୟରତ କର୍ମଚାରୀଙ୍କ ଅବହେଳାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।ସୂଚନାଯୋଗ୍ୟ, ଆଖୁ ପେଡ଼ା ହେବା ପରେ ଗୋଟିଏ ପଟେ ଚିନି ବାହାରିଥାଏ ଏବଂ ଅନ୍ୟପଟେ ମଦ ପ୍ରସ୍ତୁତି ଲାଗି ତରଳ ଗୁଡ଼ ବାହାରିଥାଏ। ଏହି ତରଳ ଗୁଡ଼ ପ୍ରବାହିତ ହେବା ଫଳରେ ତାହା ମୁଖ୍ୟ ରାସ୍ତାକୁ ଚାଲି ଆସିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିଲେ। ସେମାନେ ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦେଶକଙ୍କୁ ଖବର ଦେଇଥିଲେ। ତା’ପରେ ମୋଲାସିସ୍ ଟାଙ୍କିର ମରାମତି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ