ଲଗାତାର ୫୩ ବର୍ଷ ଧରି ମେହେନ୍ତର ବେଶରେ ସତ୍ୟ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଜନ୍ମତ୍ସୋବ ତଥା ଯାତ୍ରା ଅବସରରେ ହିଂଜିଳିକାଟୁ ପୌରାଂଚଳ ରଜାସାହି ବାସିନ୍ଦା ସତ୍ୟ ନାରାୟଣ ସାହୁ (୭୮) ଦୀର୍ଘ ଲଗାତାର ଭାବେ ୫୩ ବର୍ଷ ଧରି ଯାତ୍ରାର ପ୍ରଥମ ଦିବସରେ ମେହେନ୍ତର ବେଶ ଧାରଣ କରି ଆସୁଛନ୍ତି । ବିଭିନ୍ନ ସାହି ବସ୍ତି ବୁଲି ସେ ନାଗରା ବଜାଇ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଜନ୍ମତ୍ସୋବରେ ଘର ସମ୍ମୁଖରେ ପୁର୍ଣ୍ଣକୁମ୍ଭ ସ୍ଥାପନ ସହ ପରିମଳ, ପରିବେଷ ପରିଚ୍ଛନ୍ନତା ସକାଶେ ଜନସାଧାରଣଙ୍କୁ ଗୁହାରି କରିଥାନ୍ତି । ଯାତ୍ରାର ପ୍ରଥମ ଦିବସରେ ସତ୍ୟଙ୍କ ମେହେନ୍ତର ବେଶ ବିଭିନ୍ନ ସାହି ବସ୍ତି ପରିକ୍ରମା କରିବା ପରେ ଯାଇ ଅନ୍ୟାନ ବେଶଧାରୀଙ୍କୁ ବିଭିନ୍ନ ସାହି ବସ୍ତି ପରିକ୍ରମା କରିବା ପାଇଁ ଅନୁମତି ମିଳିଥାଏ । ବୟସାଧିକ ହେଲେ ମଧ୍ୟ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଅପାର କରୁଣାରୁ ଦୀର୍ଘ ୫୩ ବର୍ଷ ଧରି ମେହେନ୍ତର ବେଶ ଧାରଣ କରି ଆସେୁଛନ୍ତି ବୋଲି ସତ୍ୟ ମତ ପ୍ରକାଶ କରିଛନ୍ତି ।