ତହସିଲରେ ହେଉଥିବା ଦୁର୍ନିତୀ ପ୍ରତିବାଦରେ ଧାରଣା
ନାଉଗାଁ,:ନାଉଗାଁ ତହସିଲରେ ହେଉଥିବା ବିଭିନ୍ନ ଦୁର୍ନିତି ପ୍ରତିବାଦରେ ଶନିବାର ଜଗତସିଂହପୁର ଜିଲ୍ଲା ଗଣସଂଗ୍ରାମ ପରିଷଦର ସଂପାଦକ ବାସୁଦେବ ଷଡଙ୍ଗୀ ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ । ତହସିଲଦାର ଜେ.କଳ୍ପନା ଧାରଣାସ୍ଥଳରେ ପହଂଚି ଅଭିଯୋଗର ସଠିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ବାସୁଦେବଙ୍କ ଅଭିଯୋଗ ମୁତାବକ ତହସିଲର କିଛି କର୍ମଚାରୀ ଓ ଅନ୍ୟ କ୍ଷେତ୍ର କର୍ମଚାରୀ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଦାଖଲ ଖାରଜ ମାମଲାରେ ସମସ୍ତ ଅଂଶୀଦାରଙ୍କୁ ନୋଟିସ କରା ନଯାଇ ପ୍ଳଟ ବିଭାଜନ ଓ ଫଇସଲା କରାଯାଉଛି । ଏହା ସହିତ ତହସିଲର କର୍ମଚାରୀ ଉତ୍କୋଚ ନେଇ ବିଭିନ୍ନ ପ୍ରକାର ଅନିୟମିତତା କାର୍ଯ୍ୟ କରୁଥିବା ବେଳେ ଏଥିରେ କିଛି ରାଜସ୍ୱ ନିରୀକ୍ଷକ ସଂପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ତହସିଲ ପକ୍ଷରୁ ସାଧାରଣ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ସେ ଅଭିଯୋଗରେ ଦର୍ଶାଇଥିଲେ । ଏପ୍ରସଙ୍ଗରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ଯେଉଁ ସବୁ ଅଭିଯୋଗକୁ ନେଇ ପରିଷଦର ସଂପାଦକ ଧାରଣା ଦେଇଥିଲେ ତାହାକୁ ତଦନ୍ତ କରାଯାଇ ଆବଶ୍ୟକୀୟ ପ