ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, : ଫୁଲଝର ସରକାରୀ ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ଅନାଦି ଚରଣ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନପିସି ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହଦଗଡ, ବାଙ୍ଗୋର, ବାଲିବରେଇ ସିଆରସିସି ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥିଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ କ୍ଷୀରୋଦ କୁମାର ତ୍ର୍ରିପାଠୀ, ମୁଖ୍ୟ ବକ୍ତା ଭାବେ ବାଙ୍ଗୋର ସରକାରୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥି ଭାବେ ବାଙ୍ଗୋର ସିଆରସିସି କୁଶଧ୍ୱଜ ବେହେରା, ବସନ୍ତ କୁମାର ନାଇକ, ଢ଼େଙ୍କା ସିଆରସିସି କେଶବ ଚନ୍ଦ୍ର କର ପ୍ରମୁଖ ଯୋଗଦେଇ ଗୁଣାତ୍ମକ ଶିକ୍ଷା, ଡିଏମଏଫ ବୃତ୍ତି ତଥା ବିପଦ ଶଙ୍କୁଳ ସ୍ଥାନରେ ଶିକ୍ଷକ ମାନଙ୍କର ପ୍ରଚେଷ୍ଟା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ଘଡେଇ ସହକାରୀ ଶିକ୍ଷକ ନରେନ୍ଦ୍ର ହୋ, ଦୁର୍ଗାଚରଣ ପୁର୍ତ୍ତୀ, ତୁଷାରକାନ୍ତ ନାୟକ, ଶିକ୍ଷକ ରଙ୍ଗାଧର ମହୁରୀ, ବିଷ୍ଣୁ ପ୍ରସାଦ ବୋଇତେଇ, ନରେନ୍ଦ୍ର ମହାରଣା, ଶରତ ଗିରି, ଦଶରଥ ମହାରଣା ପ୍ରମୁଖ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶଶିଭୂଷଣ ପୁହାଣ ଓ ସତ୍ୟନାରାୟଣ ଜେନା ମଞ୍ଚ ସଂଯୋଜନା କରିଥିବାବେଳେ ଏସଏମସିର ପରମେଶ୍ୱର ଶଙ୍ଖୁଆଳ, ଡୁକା ଚାତାର, ଶିଶିର କଶିମାଳ, ହୀରା ନାଇକ, ଦୀପିକା ମାଣିକ, ଲକ୍ଷ୍ମଣ ମାଝୀ, ପୁରସ୍ତମ ଧଳ, ରବିନାରାୟଣ ପଲେଇ, ଉଦ୍ଧବ ଚରଣ ବେହେରା, ବାଘ୍ରରାଇ ମାଝୀପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ