ଆକାଶରୁ ବଗ୍ନିବର୍ଷା ,ଅଂଚଳରେ ତାତି ବଢାଉଛି ଇଟାଭାଟି

ହିଂଜିଳିକାଟୁ, (ଶେଷଦେବ ସାହୁ) : ଗ୍ରୀଷ୍ମର ପ୍ରକୋପ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ସ୍ଥାନୀୟ ଅଂଚଳରେ ତାପମାତ୍ରା ୪୦ଂ ରୁ ୪୩ଂ ରହୁଥିବା ସାଙ୍ଗକୁ ଗୁଳୁଗୁଳି ସାଧାରଣ ଲୋକଙ୍କୁ ଅସହ୍ୟ କରୁଛି । ସ୍ଥାନୀୟ ଅଂଚଳ ଦେଇ ପ୍ରବାହିତ ଋଷିକୂଲ୍ୟା ଓ ଘୋଡ଼ାହାଡ଼ ନଦୀ ପଠା ଅଂଚଳ ବହୁ ଗାଁ ଗୁଡ଼ିକର ରାସ୍ତା ପ୍ୱାଶ୍ୱର୍ରେ ବହୁତ ଗୁଡ଼ିଏ ମାଟିପୋଡ଼ା ଇଟାଭାଟି ଗଢି ଉଠିଛି । ସୂର୍ଯ୍ୟ କିରଣ ତାପମାତ୍ରା ଠାରୁ ଅଂଚଳରେ ପ୍ରଶାସନ ଅଢୁଆଳରେ ଗଢି ଉଠିଥିବା ମାଟିପୋଡ଼ା ଇଟାଭାଟି ତାପମାତ୍ରାକୁ ଦ୍ୱିଗୁଣିତ କରୁଛି । ଗଢି ଉଠିଥିବା ମାଟିପୋଡ଼ା ଇଟାଭାଟି ଆଇନ ସମ୍ମତ ହେଉ ବା ବେଆଇନ ମାତ୍ର ମାଟିପୋଡ଼ା ଇଟାଭାଟିର ଗରମ ବାଷ୍ପ କାରଣରୁ ସ୍ଥାନୀୟ ଗ୍ରାମ ମାନଙ୍କରେ ବସବାସ କରୁଥିବା ଲୋକଙ୍କୁ ଦିନରାତି ଜୀବନ ବିତାଇବାକୁ କଷ୍ଟ ହେଉଛି । ବିଦ୍ୟାଳୟ, ଗ୍ରାମ୍ୟ ମଶାଣି, ରାସ୍ତା କଡ଼, ଗ୍ରାମର ଜନବସତି ସ୍ଥାନ ମାନଙ୍କୁ ମଧ୍ୟ ମାଟିପୋଡ଼ା ଇଟାଭାଟି ଗଢିବାରେ ଇଟାଭାଟି ମାଲିକ ମାନେ ବାଦ୍ ଦେଉନାହାନ୍ତି । ଏପରିକି ବୈଶାଖ ଓ ଜ୍ୟେଷ୍ଠ ମାସର ପ୍ରଚଣ୍ଡ ରୌଦ୍ରତାପରେ ଖରାବେଳ ସମୟରେ ଗରିବ ଖଟିଖିଆ ଶ୍ରେଣୀର ଲୋକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରି ମାଟିର ଇଟାକୁ ପୋଡ଼ି ପୋର କରିବାରେ ବ୍ୟସ୍ତ ରହିବା ସହ ସରକାରଙ୍କ ନିୟମକୁ ଅଣଦେଖା କରି ଚାଲିଛନ୍ତି । ସ୍ଥାନୀୟ ତହସିଲ ପ୍ରଶାସନ ଓ ଗଂଜାମ ଜିଲ୍ଲାପାଳଙ୍କ ନିୟମକୁ ବେଖାତିର କରି ମାଟିପୋଡ଼ା ଇଟାଭାଟି କରିଥିବା ଇଟା ମାଲିକ ମାନେ ଗ୍ରାମରେ ବସବାସ କରୁଥିବା ଜନସାଧାରଣଙ୍କୁ ବିପଦରେ ପକାଇ ଧୁ ଧୁ ଖରାରେ ଇଟାକୁ ପୋଡ଼ି ବେପାର କରି ମାଲେ ମାଲେ ହେଉଛନ୍ତି । ଅନ୍ୟପକ୍ଷରେ ହିଂଜିଳିକାଟୁ ରାଜସ୍ୱ ସର୍କଲ ଏବେ ପ୍ରଦ୍ୟୁଷଣ ବଳୟରେ ପଡ଼ିଯାଇଛି । ବିଭିନ୍ନ ଅଂଚଳରେ ଶତାଧିକ ମାଟି ପୋଡ଼ା ଇଟାଭାଟି ପଡ଼ିଥିବା ଏହାର କାରଣ ହୋଇଛି । ପ୍ରଶାସନ ଏଗୁଡ଼ିକୁ ଦେଖି ନିର ରହିବା ଲୋକଙ୍କୁ ଅସହ୍ୟ କରିଛି । ପ୍ରଦ୍ୟୁଷର ନିୟନ୍ତ୍ରଣ ବୋର୍ଡ଼ ପୋଡ଼ା ଇଟାଭାଟିକୁ ବେଆଇନ ଘୋଷଣା କରି ତୁରନ୍ତ ବନ୍ଦ କରିବାକେୁ ନିର୍ଦ୍ଦେଶ ଦେଇଥିଲେ ବି ଏହି ରାଜସ୍ୱ ସର୍କଲରେ ଏହି ନିର୍ଦ୍ଦେଶକୁ କେହି ମାନୁନାର୍ହାନ୍ତି । ପ୍ରଶାସନର କିଛି ଅସାଧୁ କର୍ମଚାରୀଙ୍କ ପ୍ରଭାବରେ ଏଭଳି ହୁ ମାଟିପୋଡ଼ା ଇଟାଭାଟି ଚାଲିଛି ବୋଲି ଅଂଚଳର ସଚେତନ ନାଗରିକ ମହଲରେ କୁହାଯାଉଛି । ହିଂଜିଳିକାଟୁ ରାଜସ୍ୱ ସର୍କଲ ଚାନ୍ଦୁଲି, କେ. ଖରିଡ଼ା, ବେଲଗାଁ, ଧେ।।ଡ଼ି ପାଟପୁର, ଶାସନ ଆମ୍ବଗାଁ, ନିମିଗାଁ, ସିଙ୍ଗିପୁର, ସାପୁଆପଲ୍ଲୀ ସମେତ ନିକଟବର୍ତି ଗୋଠଗାଁ, କାଂଜିଆମା,ତହଁର ପ୍ରଭୃତି ଗ୍ରାମ ଗୁଡ଼ିକରେ ଛାଏଁ ଛାଏଁ ହୋଇ ରହିଛି ଇଟାଭାଟି । ଯଦ୍ୱାରା ସଂପୃକ୍ତ ଅଂଚଳରେ ତାତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ସଂପୃକ୍ଦତ ଅଂଚଳର ଜମିର ଉର୍ବରତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଅନ୍ୟ ପକ୍ଷରେ ଇଟାଭାଟି ଧୂଆଁ ସ୍ଥାନୀୟ ଅଂଚଳବାସୀଙ୍କୁ ଅଣନିଶ୍ୱାସୀ କରିପକାଇଛି । ସ୍ଥାନୀୟ ଅଂଚଳରେ ମାଟିପୋଡ଼ା ଇଟାଭାଟି ଗୁଡ଼ିକର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଇଟାଭାଟିରୁ ନିର୍ଗତ ଦୂଷିତ ବାୟୁ ପ୍ରଭାବରେ ସ୍ଥାନୀୟ ବାସିନ୍ଦା ବିଭିନ୍ନ ମାରାତ୍ମକ ରୋଗରେ ଶୀକାର ହେଉଥିବାର ଦେଖିବାକୁ ମିଳୁଛି । ଘଟଣା ନେଇ ଗତକିଛି ଦିନ ପୂର୍ବେ ଜୈନିକ ଓଡ଼ିଆ ଖବରକାଜଗଜର ଗଣମାଧ୍ୟମ଼ ପ୍ରତିନିଧି ଖବର ପ୍ରକାଶନ କରିବା ପରେ କିଛି ଇଟାଭାଟି ମାଲିକ ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏବଂ ପରବର୍ତି ସମୟରେ କିଛି ଇଟାଭାଟି ମାଲିକ ପୂର୍ବରୁ ଅଭିଯୋଗ କରିଥିବା ଗଣମାଧ୍ୟମ ପ୍ରତିନିଧି ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ । ଏଦିଗରେ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକେୁ ବୁଦ୍ଧିଜୀବି ମଡଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ