ଗଜପତିରେ ବ୍ରଡବ୍ୟାଣ୍ଡ ସେବା କର୍ମକର୍ତ୍ତାଙ୍କ ମର୍ଜିରେ ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସମଗ୍ର ଗଜପତି ଜିଲାରେ ବ୍ରଡବ୍ୟାଣ୍ଡ ସେବା ସମ୍ପୂର୍ଣ୍ଣ ଭାବେ ପ୍ରହସନରେ ପାଲଟିଛି । ଏହାର ସର୍ମକର୍ତ୍ତାଙ୍କ ଇଚ୍ଛାନୁସାରେ ବ୍ରଡବ୍ୟାଣ୍ଡ ସେବା କାର୍ଯ୍ୟକାରୀ ହେଉଛି । ଶନିବାର,ରବିବାର କିମ୍ବା କୌଣସି ସରକାରୀ ଛୁଟି ହେଲେ ଏଠାକାର ସର୍ମକର୍ତ୍ତା ଫିଲ୍ଡ ଭିଜିଟ ନାମରେ ଗଜପତି ଜିଲ୍ଲା ଛାଡି ନିଜ ଗ୍ରାମକୁ ବେଆଇନ ଭାବେ ଚାଲିଯାଉଛନ୍ତି । ବିଶେଷ କରି ଏହି ସମୟ ଗୁଡିକରେ ହିଁ ବ୍ରଡବ୍ୟାଣ୍ଡ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହୁଛି ବୋଲି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଦାବି କରାଯାଇ କୁହାଯାଇଛି ଯେ, ଗତ ରବିବାର ୮ ଓ ୯ତାରିଖ୨ଦିନ ସମ୍ପୁର୍ଣ୍ଣ ଭାବେ ବ୍ରଡବ୍ୟାଣ୍ଡ ସେବା ବନ୍ଦ ରହିଥିଲା । ସାଧାରଣରେ ଏହି ସେବା ଦାୟୀତ୍ୱରେ ଥିବା କର୍ମକର୍ତ୍ତାମାନେ ଶୁକ୍ରବାର ସନ୍ଧ୍ୟାରୁ ବେଆଇନ ଭାବେ ହେଡ୍କ୍ୱାର୍ଟର ଛାଡି ଚାଲିଯାଉଛନ୍ତି । ପୁଣି ସୋମବାରରେ ଏମାନେ ଫେରିଥାନ୍ତି । ତେଣୁ ପ୍ରତି ସପ୍ତାହରେ ପ୍ରାୟ ଦୁଇରୁ ତିନିଦିନ ଗ୍ରାହକମାନେ ଏହି ସେବାରୁ ବଞ୍ôଚତ ହେଉଛନ୍ତି । ଏହା ଦ୍ୱାରା ଜିଲା ସଦର ମହକୁମାବାସୀମାନେ ବିଭିନ୍ନ ଯୋଗାଯୋଗରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇପଡୁଛନ୍ତି । କେବଳ ବ୍ୟବସାୟ ପ୍ରତିଷ୍ଠାନ ନୁହଁ ଅନ୍ୟାନ୍ୟ ବହୁ ଜରୁରୀ ବ୍ୟବସ୍ଥା ଏଥିପାଇଁ ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ ମାର୍ଚ୍ଚମାସ ଚାଲିଥିବାବେଳେ ଏହାକୁ ସାଧାରଣରେ ଆର୍ଥିକ ବର୍ଷର ଶେଷ ମାସ ବୋଲି କୁହାଯାଇଥାଏ । ପରିବର୍ତ୍ତିତ ନିୟମ ଅନୁସାରେ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ସାଧାରଣ ଲୋକଙ୍କୁ ମଧ୍ୟ ଇଣ୍ଟରନେଟ ମାଧ୍ୟମରେ ପଞ୍ଜୀକରଣ କରିବାକୁ ପଡିଥାଏ । ସେହିପରି ଏହି ମାସଟି ଆର୍ଥିକ ବର୍ଷର ଏକ ମୁଖ୍ୟ ମାସ କୁହାଯାଉଥିବାବେଳେ ବହୁ ଗ୍ରାହକ ନିଜର ବକେୟା ଅର୍ଥ ପାଇବାପାଇଁ ଏବଂ କର ବାନ୍ଧିବାପାଇଁ ଇଣ୍ଟରନେଟ ଉପରେହିଁ ନିର୍ଭର କରିଥାନ୍ତି । ମାତ୍ର ଗଜପତି ଜିଲ୍ଲାରେ ବାରମ୍ବାର ଏହିପରି ବାରମ୍ବାର ଇଣ୍ଟରନେଟ ସେବା ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ପଦସ୍ଥ କର୍ମକର୍ତ୍ତା ଏଥିନେଇ କୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରାଯିବ ବୋଲି ସାଧାରଣଙ୍କ ପକ୍ଷରୁ କୁହାଯାଇଛି ।