ନିର୍ଭୟା ମାମଲା : ପୋଲିସ୍ ବିରୋଧରେ ଅଭିଯୁକ୍ତଙ୍କ ଏଫ୍ଆଇଆର
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୋଲିସ୍ ବିରୋଧରେ ଅଭିଯୁକ୍ତଙ୍କ ପକ୍ଷରୁ ଏଫ୍ଆଇଆର ଦାଖଲ କରାଯାଇଛି । ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ୍ ଗୁପ୍ତା ପକ୍ଷରୁ ପୋଲିସ୍ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଦୁଇ ପୋଲିସ୍ ଅଧିକାରୀ ପଓ୍ବନ୍ ଗୁପ୍ତାଙ୍କୁ ମାଡ ମାରିଥିବା ନେଇ ମାମଲା ଦାୟର କରାଯାଇଛି । ନୂଆଦିଲ୍ଲୀର କରକର୍ଡୁମା କୋର୍ଟରେ ପଓ୍ବନ୍ ଗୁପ୍ତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ କୋର୍ଟଙ୍କ ପକ୍ଷରୁ ମାଣ୍ଡୋଲି ପୋଲିସ୍ ଥାନାକୁ ନୋଟିସ୍ ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ଭୋର ୫ଟା ୩୦ରେ ଫାଶୀ ପ୍ରଦାନ କରାଯିବ ।


