ପୁରସ୍କାର ଅର୍ଥରାଶିକୁ ମୋ ସ୍କୁଲ ଅଭିଯାନକୁ ପ୍ରଦାନ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପୁରସ୍କାର ପାଇଥିବା ଅର୍ଥରାଶିକୁ ମୋ ସ୍କୁଲ ଅଭିଯାନକୁ ପ୍ରଦାନ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୨୦୧୯ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ନିଳୋକ ହାଇସ୍କୁଲ ବନ୍ତ ବ୍ଲକରେ ୨ୟ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧ ଲକ୍ଷ ଟଙ୍କାର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ଏହି ଅର୍ଥରାଶିକୁ ମୋ ସ୍କୁଲ ଅଭିଯାନକୁ ପ୍ରଦାନ କରାଯିବା ନେଇ ପ୍ରଧାନ ଶିକ୍ଷକ ଶୋଭେନ୍ଦ୍ର କୁମାର ମାଝୀ ମୋ ସ୍କୁଲ ଅଭିଯାନ ବୈଠକରେ ପ୍ରସ୍ତାବ ଦେଇଥିଲେ । ଏହାକୁ ମୋ ସ୍କୁଲ ଅଭିଯାନର ସଂପାଦକ ହରି ନାରାୟଣ ମହାନ୍ତି, ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ଶିକ୍ଷୟିତ୍ରୀ ସୁରଜିତା ବାଇ, ସ୍ୱୟଂପ୍ରଭା ନାୟକ, ଚିତ୍ରାବତୀ ବେହେରା, କର୍ମଚାରୀ ବିଜୟ କୁମାର ଦାସ ପ୍ରମୁଖ ସହମତି ପ୍ରକାଶ କରିଥିଲେ । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ସ୍କୁଲ ଅଭିଯାନକୁ ୨ ଗୁଣା ଅର୍ଥ ପ୍ରଦାନ କରାଗଲେ ତାହା ବିଦ୍ୟାଳୟ ଉନ୍ନୟନ ଦିଗରେ ବ୍ୟୟ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ