ମଧ୍ୟପ୍ରଦେଶର ପ୍ରସିଦ୍ଧ ଜଲେବି
(ଯୁଗାଦ୍ଦ ନ୍ୟୁଜ) ଭାରତରେ ଜିଲାପି ବେଶ୍ ଲୋକପ୍ରିୟ । ଏହାକୁ କେହି କେହି ଜଲେବି ମଧ୍ୟ କୁହନ୍ତି । ଏହାର ପ୍ରସ୍ତୁତି ଶୈଳୀ ଅନ୍ୟ ମିଠା ତୁଳନାରେ ଭିନ୍ନ ରହିଥାଏ । ମଧ୍ୟପ୍ରଦେଶରେ ବଡ଼ ବଡ଼ ଜିଲାପି ପ୍ରସ୍ତୁତ ହୋଇଥାଏ । ଏସବୁ ଜିଲାପିର ଓଜନ ୩ ଶହରୁ ୫ ଶହ ଗ୍ରାମ ମଧ୍ୟରେ ହୋଇଥାଏ । ସ୍ଥାନୀୟ ଲୋକେ ଏହାକୁ ଇମରତି କୁହନ୍ତି । ଏହାର ପ୍ରସ୍ତୁତି ପ୍ରଣାଳୀ ଜିଲାପିଠାରୁ ଅଳ୍ପ ଭିନ୍ନ ବୋଲି କୁହାଯାଇଥାଏ । ଏହାକୁ ଖାଇବା ଲାଗି ଦେଶବିଦେଶରୁ ଗ୍ରାହକ ମଧ୍ୟପ୍ରଦେଶ ଆସିଥାନ୍ତି । ଏଠାକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ସହିତ ଜିଲାପି ଖାଇବାର ମଜା ମଧ୍ୟ ଉଠାଇଥାନ୍ତି ।