କରୋନା ଭୟ : ବିଧାନସଭାରେ ବାୟୋମେଟ୍ରିକ୍‌ ମନା

ଭୁବନେଶ୍ବର : କରୋନାକୁ ନେଇ ସବୁଠି ଆତଙ୍କ ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ବିଧାନସଭାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ଏପରିକି କରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି। ଏଭଳି ସ୍ଥିତିରେ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଉପଦେଶାବଳୀ ଜାରି କରାଯାଇଛି ।
କରୋନା ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବାୟୋମେଟ୍ରିକ୍ ଉପସ୍ଥାନ ବଦଳରେ ରେଜିଷ୍ଟର୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କୌଣସି ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ଫୋପାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ, କମ୍ପ୍ୟୁଟର, ଫୋନ୍ ଓ ଅନ୍ୟାନ୍ୟ ଉପକରଣକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କର୍ମଚାରୀମାନେ ନିୟମିତ ହାତକୁ ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ବାସ୍‌ରେ ସଫା କରିବାକୁ କୁହାଯାଇଛି। କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ ପାଇଁ କର୍ମଚାରୀ ଟିସୁ ପେପର୍ ବ୍ୟବହାର କରିବାକୁ କୁହାଯାଇଛି। କର୍ମଚାରୀମାନେ ଏକାଠି ହୋଇ ବୈଠକ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ