ଗଜପତି ଜିଲାର ସ୍କାଉଟ ଓ ଗାଇଡ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାଜ୍ୟସ୍ତରୀୟ ମିନି ଜମ୍ବର୍ତ୍ତୀ କାର୍ଯ୍ୟକ୍ରମରେ ଗଜପତି ଜିଲାର ସ୍କାଉଟ ଏବଂ ଗାଇଡସର ୧୨ଜଣ ଛାତ୍ର ଓ ୪ଜଣ ଛାତ୍ରୀ ଭାଗନେଇଥିବା ଜଣାପଡିଛି । ଗଜପତି ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦଶକ୍ରମେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣାପଡିଛି । ଏଥିରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ହେଲେ ଖାରଡା ସ୍ଥିତ ବି.ଏମ.ନୋଡାଲ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଛାତ୍ର, ଗଣ୍ଡାହାତୀ ସରକାରୀ ଉଚ୍ଚ ବିଦ୍ୟାଳୟର ୮ଜଣ ସ୍କାଉଟ ଛାତ୍ର ଏବଂ ୪ଜଣ ଗାଇଡସ ଛାତ୍ରୀ ବୋଲି ଜଣାପଡିଛି । ଏମାନେ ସମସ୍ତେ ସ୍କାଉଟ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ଶିକ୍ଷୟତ୍ରୀ କୁନି ବିଶ୍ୱାଳ, ଶିକ୍ଷକ କିଶୋର ଚନ୍ଦ୍ର ଦାସ, ସଂଜୟ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଅଂଶଗ୍ରହଣ କରିଥିବା ଜଣାପଡିଛି । ଏହି ଜମ୍ବର୍ତ୍ତୀ କାର୍ଯ୍ୟକ୍ରମରେ ଦେଶାତ୍ମକବୋଧ ସଂଗୀତ, ନୃତ୍ୟଚିତ୍ର, ଖାଦ୍ୟମେଳା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖାଦ୍ୟମେଳାରେ ଗଜପତି ଜିଲା ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଶ୍ରେଷ୍ଠ ନେତୃତ୍ୱକାରୀ ଭାବେ ଶିକ୍ଷକ କିଶୋର ଚନ୍ଦ୍ର ଦାସ ରୌପ୍ୟ ପଦକ ହାସଲ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲା କ୍ରୀଡା ନିରୀକ୍ଷକ ଏସ୍.ଲକ୍ଷ୍ମଣ ରାଓ ସହଯୋଗ କରିଥିଲେ ।


