ଗଜପତିର ଅଗ୍ରଣୀ ଆକାଂକ୍ଷା ସଙ୍ଗଠନ ତରଫରୁ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ମିଳିତ ଆନୁକୁଲ୍ୟରେ ମହିଳା ଦିବସ ସ୍ଥାନୀୟ ଉତ୍କଳ ହିତୌଷଣୀ ସମାଜ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆକାଂକ୍ଷା ମହିଳା ସଙ୍ଗଠନ ସଭାନେତ୍ରୀ ମିନାକ୍ଷୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ମହିଳା ଦିବସରେ ନାରୀଙ୍କ ସମ୍ମାନ ହିଁ ଦେଶ ଉନ୍ନତିର ମୁଖ୍ୟ ଉତ୍ସ ବୋଲି ମୁଖ୍ୟଅତିଥି ବିଶ୍ୱଜିତ ଦାସ ଜିଲ୍ଲା ଦୌରା ଜର୍ଜ ପ୍ରକାଶ କରି ଏହି ଦିବସ ପାଳନର ଆବଶ୍ୟକତା ବିଷୟରେ କହିବା ସଂଗେସଂଗେ ମହିଳା ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ସମ୍ପର୍କରେ ବୁଝାଇଥିଲେ । ମହିଳାମାନେ ଦୁର୍ବଳ ନୁହଁନ୍ତି ସେମାନଙ୍କ ପାଇଁ ଥିବା ଆଇନର ସଦୁପଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରଗତିଶୀଳ ମହିଳା ପତ୍ରିକା “ଆକାଂକ୍ଷା”ଜିଲ୍ଲା ଦୌରା ଜର୍ଜଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ସମ୍ମାନୀତ ଅତିଥି ଭାବେ ଦେବାନୀ ଜର୍ଜ ସୁଶ୍ରୀ ଦୀପା ଦାସ,ମୁଖ୍ୟ ବକ୍ତା ଭାବେ ସ୍ନାତକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ରୀନା ସାହୁ,ଆକାଂକ୍ଷା ମହିଳା ସଙ୍ଗଠନର ସମ୍ପାଦିକା ମିନା କୁମାରୀ ଟହଲ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ