ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ତରଫରୁ ବାତ୍ୟା ବିପନ୍ନଙ୍କୁ ରିଲିଫ ସହାୟତା

ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ) : ଫନି ପ୍ରଳୟର ପ୍ରଭାବରେ ଉଜୁଡ଼ି ଯାଇଥିବା ଜୀବନ ଜୀବିକାକୁ ସ୍ୱାଭାବିକସ୍ତରକୁ ଫେରାଇ ଆଣିବାକୁ ସରକାରୀ ଓ ବେସରକାରୀସ୍ତରରେ ବର୍ତ୍ତମାନ ସୁଦ୍ଧା ଜୋରସୋର୍ରେ ଉଦ୍ୟବ ଜାରି ରହିଛି । ଏବେ ସୁଦ୍ଧା ବିଭିନ୍ନ ଗୁରୁତର ପ୍ରଭାବିତ ଅଞ୍ଚଳରେ ସାମାଜିକ ସଂଗଠନମାନଙ୍କ ତରଫରୁ ବିପନ୍ନମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଅଛି । ପ୍ରକୃତିକ ଦୁର୍ବିପାକ ବେଳେ ସବୁ ସମୟରେ ଲୋକଙ୍କୁ ସହଯୋଗର ହାତ ବଢାଇ ଆସୁଥିବା ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ, ବମ୍ବେ ଓଡ଼ିଆ ମହାସଂଘ, ବମ୍ବେ ଓଡ଼ିଆ ଓମେନ୍ ଆସୋସିଏସନ, ପ୍ରବାସୀ ଓଡ଼ିଆ ପରିବାର ତରଫରୁ ମିଳିତ ଭାବେ ଆଜି ପୁରୀ ସହରର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳରେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟନ କରାଯାଇଅଛି । ଗୁରୁତର ପ୍ରଭାବିତ ପୁରୀ ସହରର ୧୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି, ପତିତପାବନ ଲେନ ପ୍ରଭୃତି ଅଞ୍ଚଳରେ ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ୱାରା •ଉଳ, ଚୁଡ଼ା, ମହମବତୀ, ମଶାବତି, ଦିଆସିଲ, •, ଚିନି, ଅମୁଲ ଓ ପାଣିବୋତଲ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀମାନ ପ୍ରଦାନ କରାଯାଇଥିଲା । ୧୭ ନମ୍ବର ୱାର୍ଡ଼ କାଉନସେଲର ଦୀନମଣି ଦେବୀଙ୍କ ସହଯୋଗରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ପରିବାରକୁ ରିଲିଫ୍ ପ୍ୟାକେଟ ଦିଆଯାଇଥିଲା । ରିଲିଫ ବଣ୍ଟନ ବେଳେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଓ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡଃ ବିପିନ ବିହାରୀ ମିଶ୍ର, ବମ୍ବେ ଓଡ଼ିଆ ଓମେନ ଆସୋସିଏସନର ଡଃ କାନନୀକା ତ୍ରିପାଠୀ, ଲାୟନ୍ସ କ୍ଲବର ଇଂ ବିପିନ ବିହାରୀ ନାୟକ, ସ୍ୱେଚ୍ଛାସେବୀ ଅଶୋକ ମହାପାତ୍ର, ସ୍ୱେଚ୍ଛାସେବୀ ତଥା ସାମାଜିକ କର୍ମୀ ବାଳକୃଷ୍ଣ ରାଉତ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କ ଅଭାବ ଅସୁବିଧାମାନ ପ•ରି ବୁଝିଥିଲେ ଏବଂ ଖୁବ୍ ଶୀଘ୍ର ଯାଥାସମ୍ଭବ ସମସ୍ୟାର ସମାଧାନ କରାଯିବାକୁ ଅନୁଷ୍ଠାନ ତରଫରୁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ