ମାଟ୍ରିକ ପରୀକ୍ଷାରେ ଅମନ ଜିଲାରେ ୨ୟ
ହିଂଜିଳିକାଟୁ (ଯୁଗାବ୍ଦ ନ୍ୟୁଜ) : ହିଂଜିଳିକାଟୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅମନ କୁମାର ପାଣିଗ୍ରାହି ବ୍ଳକ ଓ ପୈାରାଂଚଳରେ ସର୍ବାଧିକ ୫୬୮ ମାର୍କ ରଖି ଟପ୍ପର ହୋଇଛନ୍ତି । ଅମନ ଗଂଜାମ ଜିଲ୍ଲାରେ ୨ୟ ସର୍ବାଧିକ ମାର୍କ ରଖିଥିବା ଜଣାପଡ଼ିଛି । ଅମନ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ । ସେ ୩ୟ,୫ମ ଓ ୭ମ ଶ୍ରେଣୀରେ ବୃତି ପାଇବା ସହ ବକ୍ତୃତା ପ୍ରବନ୍ଧ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଛନ୍ତି । ଅମନଙ୍କ ବାପା ନୀଳାଂଚଳ ପାଣିଗ୍ରାହି ପୋଚିଲିମା ଖାମ୍ବେୟା ଦୋରା କଲେଜରେ ଗଣିତ ବିଭାଗର ଅଧ୍ୟାପକ ଅଛନ୍ତି । ମାଆ ବବିତା ପାଣିଗ୍ରାହି ଗୃହିଣୀ ଅଟନ୍ତି । ଅମନଙ୍କ ଏହି ସଫଳତାରେ ଉଭୟ ବାପା ମାଆ ତାଙ୍କର ସ୍କୁଲର ସମସ୍ତ ଗୁରୁଜୀ ଗୁରୁମା ଓ ଘରୋଇ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି । ମାଟ୍ରିକରେ ଦୈନିକ ୧୨ ଘଂଟା ପାଠପଢ଼ା କରୁଥିଲେ । ସ୍କୁଲର ଗୁରୁମା ଗୁରୁଜୀ ଓ ଘରୋଇ ଶିକ୍ଷକଙ୍କ ଗାଇଡ଼ ତାଙ୍କୁ ସଫଳତା ଆଣିଥିବା ବେଳେ ମାଆ ବାପା ଓ ଗୁରୁଜନଙ୍କ ପ୍ରେରଣା ତାଙ୍କୁ ଏହି ସଫଳତା ଆଣିଛି ବୋଲି ଅମନ କହିଛନ୍ତି । ଭବିଷ୍ୟତରେ ଯୁକ୍ତ ୨ରେ ପଢ଼ିବା ସହ ଆଇଆଇଟି ପାଇଁ ପ୍ରସ୍ତୁତି ହେବି ବୋଲି କହିଛନ୍ତି । ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ କାମ କରିବାକୁ ଲକ୍ଷ୍ୟ ରହିଛି ବୋଲି ଅମନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।


