କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନାଉଗାଁ, : ତିରୁଣା ଗ୍ରାମର ଏକତା ସ୍ପୋର୍ଟିଂ କ୍ଳବ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏକତା କ୍ଳବର ସଦସ୍ୟଙ୍କ ସହିତ ଅଙ୍ଗନୱାର୍ଡୀ କର୍ମୀ ବିନତି କୁମାରୀ ରଥ ଓ ଜୀବନ ଜ୍ୟୋତି ପରିଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହାତରେ ପ୍ଳା କାର୍ଡ ଧରି ଗ୍ରାମ ପରିକ୍ରମା କରିବା ସହିତ ଜନମସାଧରାଣ କିପରି କରୋନା ଠାରୁ ଦୁରେଇ ରହିବେ ସେ ସଂପର୍କରେ ବୁଝାଇଥିଲେ ।ବିଶେଷ କରି ଖାଇବା ପୂର୍ବରୁ ସାବୁନ ରେ ହାତ ଧୋଇବା,ଥଣ୍ଡା,କାଶ,ଛିଙ୍କ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା, ଛାପ, ଖଂଖାର ଆଦିକୁ ଏଣେତେଣେ ନ ପକାଇବା, ଛିଙ୍କ ଓ କାଶ ହେଲେ ମୁହଁକୁ ଆବଦ୍ଧ କରି କାଶିବା ଆଦି ଉପରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଳବ ପକ୍ଷରୁ ସଂପାଦକ ଜ୍ଞାନରଂଜନ ନାୟକ, ଆଲୋକ ସାହୁ, ନୃସିଂହ ପରିଡା, ଗୈାର ସ୍ୱାଇଁ ଙ୍କ ସମେତ ଚୁନିଲତା ସ୍ୱାଇଁ ଆଦି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ