ମହଙ୍ଗା ହେବ ମୋବାଇଲ୍‌

ମୁମ୍ବାଇ : ଦେଶର ଅର୍ଥନୀତି ତଳୁଆ ରହିଥିବା ବେଳେ ପୁଣି ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଉପରେ ଆଉ ଏକ ଆର୍ଥିକ ବୋଝ ଲଦି ଦିଆଯାଇଛି । ମୋବାଇଲ ଦର ବୃଦ୍ଧି ନବେଇ ଶନିବାର ଘୋଷଣା କରାଯାଇଛି । ଶନିବାର ଦିନ ଜିଏସ୍‌ଟି କାଉନ୍‌ସିଲ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମୋବାଇଲ୍‌ ଉପରେ ୧୨ ପ୍ରତିଶତର ଜିଏସ୍‌ଟି ଲାଗୁଥିବା ବେଳେ ଶନିବାର ମୋବାଇଲ୍‌ ଉପରେ ୧୮ ପ୍ରତିଶତର ଜିଏସ୍‌ଟି ଲାଗୁ କରାଯିବ । ଆସନ୍ତା ଏପ୍ରିଲ୍‌ ୧ ତାରିଖରୁ ଏହି ନୂତନ ଜିଏସ୍‌ଟି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣା ପଡିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ