ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା ୭୨୪ରେ ଛୁଇଁଲା

ତେହେରାନ୍‌ : ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା ୭୨୪ରେ ପହଞ୍ଚିଛି । ରବିବାର ନୂତନ ଭାବରେ ୧୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ରବିବାର ସୁଦ୍ଧା ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ପହଞ୍ଚିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଟାଲୀ ଏବଂ ଇରାନ୍‌ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇରାନ ନାଗରିକଙ୍କୁ ନିଜର ବିଦେଶ ଗସ୍ତ ବାତିଲ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ