ହାଟଡ଼ିହି ବ୍ଲକ୍ର ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଫେଲ୍
ହାଟଡ଼ିହି (ଯୁଗାବ୍ଦନ୍ୟୁଜ): ସରକାର ଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ବିଭିନ୍ନ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ମେଗା ପ୍ରକଳ୍ପ କରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିନରେ ପାଣି ଯୋଗାଇ ଦେବା ପାଇଁ ଯୋଜନା କରିଥିବା ବେଳେ ବିଭାଗ କର୍ତ୍ତୃପକ୍ଷ ଓ ସରପଞ୍ଚଙ୍କ ମଧ୍ୟରେ ଛକାପଞ୍ଝାରେ ପ୍ରକଳ୍ପ ଗୁଡ଼ିକ ନଚାଲି କୋଟି କୋଟି ଟଙ୍କାର ପ୍ରକଳ୍ପ ଅଚଳ ହୋଇପଡ଼ି ଖତ ଖଇବାକୁ ଯାଉଛି ବୋଲି ଅଭିଯୋଗ ହେଉଛି । ସରକାର ପ୍ରକଳ୍ପର ପାଇଁ ଅନୁଦାନ ଯୋଗାଇ ଦେଇ ଶୁଦ୍ଧ ପାଣି ଯୋଗାଣ କରିବାକୁ ବିଭାଗକୁ ନିର୍ଦ୍ଧେଶ ଦେଇଥିବା ବେଳେ ପ୍ରକଳ୍ପ ଗୁଡ଼ିକୁ ବିଭାଗ ସମ୍ପୂର୍ଣ୍ଣ କରିଦେଇ ତାହା ଚାଲୁଛି କି ନାହିଁ ତାହା ଦେଖିବାକୁ ବିଭାଗ ଅଧିକାରୀଙ୍କ ନିକଟରେ ସମୟ ନଥିବା ବେଳେ ପଞ୍ଚାୟତକୁ ହସ୍ତାନ୍ତର କରି ଦିଆଯାଇ ଥିବା ଦର୍ଶାଇ ନିଜ ମୁଣ୍ଡରୁ ଅଠା ଛଡ଼ାଇ ବସୁଛନ୍ତି । ଅପରପକ୍ଷରେ ସରପଞ୍ଚଙ୍କ ନିକଟକୁ ଯାଉଥିବା ଅନୁଦାନ ତାହା ମରାମତି କରିବା ସମ୍ଭବ ହେଉନାହିଁ କହି କାଗଜ କଲମରେ ଅର୍ଥକୁ ଲୁଟିବାରେ ବ୍ୟସ୍ତ ରହୁଛନ୍ତି । ଫଳରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବାଟବଣା ହୋଇପଡ଼ିବା ସହିତ ଧିରେ ଧିରେ ସେହି ଯୋଜନାରୁ ସଫଳ ମିଳିପାରୁ ନାହିଁ । ଆଗାମୀ ଦିନରେ ଉକ୍ତ ପ୍ରକଳ୍ପର ଟାଙ୍କି ଗୁଡ଼ିକ ଠିଆହୋଇ ଶୋଭା ବର୍ଦ୍ଧନ କରିବା ଛଡ଼ା ଅନ୍ୟ କିଛି କାମରେ ଲାଗିବ ନାହିଁ । ଏଭଳି ବହୁ ପ୍ରକଳ୍ପ ହାଟଡ଼ିହି ବ୍ଲକ୍ରେ ଦେଖିବାକୁ ମିଳିଛି । ହାଟଡ଼ିହି ବ୍ଲକରେ ୨୯ଟି ପଞ୍ଚାୟତରେ ପମ୍ପ ହାଉସ୍ ଓ ୱାଟର ଟ୍ୟାଙ୍କ୍ ମାଧ୍ୟମରେ ପାଣି ଯୋଗାଇ ଦେବାକୁ ଯୋଜନା କରାଯାଇଥିବା ବେଳେ ସେଥିମଧ୍ୟରୁ କାଁ ଭାଁ ଚାଲୁଛି । ବହୁ ପମ୍ପ୍ ହାଉସ୍ ମରାମତି ଅଭାବରୁ ଅଚଳ ହୋଇପଡ଼ିଛି । ବାଲିବରେଇ ପଞ୍ଚାୟତର ୬ହଜାରରୁ ଊଦ୍ଧ୍ୱର୍ ଲୋକ ବସବାସ କରୁଥିବା ବେଳେ ଏହି ପଞ୍ଚାୟତର ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ୮୦ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାରେ ମେଗା ପ୍ରକଳ୍ପ କରାଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ପାଇପ ଗୁଡ଼ିକର ମରାମତି ଅଭାବ ସାଙ୍ଗକୁ ପମ୍ପ୍ ହାଉସ୍ଟି ମରାମତି କରାଯାଇ ନଥିବାରୁ ଦୁଇ ବର୍ଷ ଧରି ଅଚଳ ହୋଇପଡ଼ିଛି । ଯାହା ଫଳରେ ବିଭିନ୍ନ ଗ୍ରାମକୁ ବିଛା ଯାଇଥିବା ପାଇପ୍ ଗୁଡ଼ିକ ନଷ୍ଟ ହେବାକୁ ବସିଛି । ମରୈଗାଁ ପଞ୍ଚାୟତରେ ମରୈଗାଁ ଠାରେ ୪୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଏକ ପ୍ରକଳ୍ପ କରାଯାଇଛି । କିନ୍ତୁ ଏହା କାର୍ଯ୍ୟକ୍ଷମ ହୋଇ ନପାରି ପଡ଼ି ରହିଛି । ଯାହା ଫଳରେ କାର୍ଯ୍ୟକ୍ଷମ ନ ହୋଇ ମଧ୍ୟ ମାସକୁ ମାସ ବିଦ୍ୟୁତ୍ ବିଲ୍ ଲାଗୁଛି । ତିଆରି କରାଯାଇଥିବା ଷ୍ଟାଣ୍ଡ୍ ଗୁଡ଼ିକ ନଷ୍ଟ ହୋଇଯାଇଛି । ସେହିପରି ସମଣା ପଞ୍ଚାୟତର ସମଣା ଠାରେ ୪୦ଲକ୍ଷରୁ ଊଦ୍ଧ୍ୱର୍ ଏକ ପ୍ରକଳ୍ପ କରାଯାଇଥିଲା । ତାହା ମଧ୍ୟ ମରାମତି ଅଭାବରୁ ବନ୍ଦ ହୋଇଯାଇଛି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାସ ନଷ୍ଟ ହେବାକୁ ଯାଉଛି । ଓରାଳି ପଞ୍ଚାୟତର ୫୦ଲକ୍ଷରୁ ଊଦ୍ଧ୍ୱର୍ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ତାହା ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ପାଣିଯୋଗାଣ ବନ୍ଦ ହୋଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ପ୍ରକଳ୍ପଟି ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟ କରାଯାଇ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ସେ ପ୍ରକଳ୍ପଟି ବିଭାଗ ଅଧିକାରୀ ଓ ସରପଞ୍ଚଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁ ବନ୍ଦ ହୋଇ ପଡ଼ିରହିଛି । ଏହାକୁ ଅନୁଧ୍ୟାନ କଲେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଫେଲ୍ ମାରିଛି । ବିଭାଗ ଅଧିକାରୀଙ୍କର ଦୃଷ୍ଟି ନପଡ଼ିବା, ପଞ୍ଚାୟତର ସରପଞ୍ଚଙ୍କର ସେ ପ୍ରତି ଇଚ୍ଛା ନଥିବାରୁ ସରକାରଙ୍କ ଅନୁଦାନରେ ନିର୍ମିତ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ଗୁଡ଼ିକ କାଗଜ କଲମରେ ଦର୍ଶା ଯିବ । କିନ୍ତୁ ପ୍ରକୃତପକ୍ଷେ ସେଗୁଡ଼ିକ କାର୍ଯ୍ୟ କ୍ଷମ ହେଉଛିକି ନାହିଁ, କେଉଁ ପରିସ୍ଥିତିରେ ଅଛି, କଣ ପାଇଁ ଚାଲୁନି, ସେଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ । ଏସବୁ ଦୃଷ୍ଟିରୁ ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ ଫେଲ ମାରିଥିବା ବେଳେ ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ଗଡ଼ିଆ, ପୋଖରୀ, ନାଳ ଶୁଖାଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ଖରା ଦିନ ଆସୁଥିବାରୁ ଏଭଳି ପ୍ରକଳ୍ପ ଗୁଡ଼ିକୁ ମରାମତି କରାଯାଇ ଜଳ ଯୋଗାଣ ବ୍ୟବସ୍ଥା କରାନଗଲେ ଆଗାମି ଦିନରେ ପାଣିର ଉତ୍କଟ ରୂପ ନେବା ସହିତ ଗାଁ ଗଣ୍ଡାରେ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିକୁ ଆୟତ କରିବା କଷ୍ଟକର ହୋଇପଡ଼ିବ । ଜିଲ୍ଲାପାଳ ଏବେ ଠାରୁ ଦୃଷ୍ଟି ନଦେଲେ ପ୍ରଚଣ୍ଡ ଖରାରେ ସାଧାରଣ ଲୋକ, ଗୋରୁଗାଇ ଅଂଶୁଘାତରେ ମୃତ୍ୟୁ କରିବାର ଆଶଙ୍କା ଦେଖାଦେବ ବୋଲି କୁହାଯାଉଛି ।