ଓଡିଆ ଭାଷାରେ ନାମଫଳକ ଲେଖିବାକୁ ସାହିତ୍ୟ ଏକାଡେମୀର ଦାବି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଆନ୍ଧ୍ର ସୀମାନ୍ତରେ ଥିବା ପାରଳାଖେମୁଣ୍ଡି ସହରରେ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖିବା ପାଇଁ ଗଜପତି ଜିଲ୍ଲା ଓଡିଶା ସାହିତ୍ୟ ଏକାଡେମୀ ଶାଖା ତରଫରୁ ଦାବି କରାଯାଇଛି । ଏ ନେଇ ପାରଳାଖେମୁଣ୍ଡି ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଗଜପତି ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ସେଥିରେ ଓଡିଆ ନାମଫଳକ ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ପାରଳାଖେମୁଣ୍ଡି ସହରରେ ରହିଥିବା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନରେ ଓଡିଆ ନାମଫଳକ ଲେଖା ଯାଇନାହିଁ । ତାର ଏକ ତାଲିକା ଏକାଡେମୀ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି ତାଲିକା ପ୍ରସ୍ତୁତ କରିବାପରେ ଏକାଡେମୀ ପକ୍ଷରୁ ଏହାକୁ ଜିଲାପାଳଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଆଲୋଚନା ହୋଇଥିଲା । ପାରଳାଖେମୁଣ୍ଡି ଏକ ଦ୍ୱିଭାଷୀ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ତେଲୁଗୁ ଏବଂ ଇଂରାଜୀରେ ନାମଫଳକ ଲେଖାଯାଉଛି । ଓଡିଆରେ ନାମ ଫଳକ ଲେଖିଯିବା ଆବଶ୍ୟକ ଥିଲେ ସୁଦ୍ଧା ଲେଖାଯାଉ ନାହିଁ । ତେଣୁ ଓଡିଆ ଭାଷାକୁ ମଧ୍ୟ ଏହି ନାମଫଳକରେ ଲେଖାଯାଉ ବୋଲି ଗଜପତି ଜିଲାର ସାହିତ୍ୟ ଏକାଡେମୀ ସଦସ୍ୟ ବଳରାମ ନାଗା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ