ଘାଟି ରାସ୍ତାରେ ବାଇକ୍ ସହ ପିକଅପ ଧକ୍କା, ୩ମୃତ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ମୋହନା ନିକଟସ୍ଥ ରାଇସିଂ ବିପଦ ପୁର୍ଣ୍ଣ ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ୍ ସହ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ବାଇକ୍ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ମୋହନା ବ୍ଲକ କରଚାବାଡି ଅଞ୍ଚଳର ସୁଧିର ମଲ୍ଲିକ,ରାଜେନ୍ଦ୍ର ମଲ୍ଲିକ ଏବଂ ମୋହନା ଗ୍ରାମ ପଞ୍ଚାୟତର ରାମ ଚନ୍ଦ୍ର ମଲ୍ଲିକ ବୋଲି ଜଣାଯାଇଛି । ମୃତ ୩ଜଣ ବାଇକ୍ ଯୋଗେ ମୋହନାରୁ କରଚାବାଡି ଅଭିମୁଖେ ଯାଉଥିବା ବେଳେ ରାଇସିଂ ଘାଟିର ଅତ୍ୟଧିକ ଗଡାଣିଆ ଏବଂ ବିପଦ ପୁର୍ଣ୍ଣ ବୁଲାଣିଆ ଘାଟି ରାସ୍ତାରେ ବିପରୀତ ଦିଗରୁ ପିକଅପ୍ ଭ୍ୟାନ ମୋହନା ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୋହନା ପୋଲିସ ଘଟଣା ସ୍ଥଳରେ ପ୦ହଞ୍ଚି ମୃତକ ୩ଜଣଙ୍କ ଶବକୁ ବ୍ୟବତ୍ସେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ସୁଚନା ମିଳିଛି । ଏହି ଘଟଣା ନେଇ ମୋହନା ଥାନାରେ କେସ ନଂ ୪୫ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାଯାଇଛି ।


