ବିଜେଡି ଭାଗରେ ଲୋକସଭା ସହିତ ୪ ବିଧାନସଭା ଆସନ
ଭଦ୍ରକ(ଜୁଗାବ୍ଦ ନ୍ୟୁଜ୍): ଭଦ୍ରକ ସଂରକ୍ଷିତ ଲୋକସଭା ଆସନରେ ବିଜୁ ଜନତା ଦଳର ପାର୍ଥୀ ମଞ୍ଜୁଲତା ମଣ୍ଡଳ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡିର ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ଦଳର ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ସବିଶେଷ ଫଳାଫଳ ଅନୁଯାୟୀ ଶ୍ରୀମତୀ ମଣ୍ଡଳଙ୍କୁ ୫ଲକ୍ଷ ୧୨ ହଜାର ୩୦୫ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ପ୍ରାର୍ଥୀ ଶ୍ରୀ ସେଠୀଙ୍କୁ ୪ଲକ୍ଷ ୮୩ହଜାର ୫୦୩ଖଣ୍ଡ ଭୋଟ ମିିଳିଛି । ସେହିପରି ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀନୀ ମଧୁମିତା ସେଠୀଙ୍କୁ ୨ଲକ୍ଷ ୭୮ହଜାର ୧୧ଖଣ୍ଡ ଭୋଟ ମିଳିଥିବା ବେଳେ ପୂର୍ବତନ ସାଂସଦ ତଥା ବିଏସପିର ପ୍ରାର୍ଥୀ ମୁରଲୀଧର ଜେନାଙ୍କୁ ୪ହଜାର ୭୦୮ଖଣ୍ଡ ଭୋଟ ମିଳିଛି । ବିଜେଡ଼ିର ପ୍ରାର୍ଥୀନୀ ଶ୍ରୀମତୀ ମଣ୍ଡଳ ବିଜେପିର ପ୍ରାର୍ଥୀ ଶ୍ରୀ ସେଠୀଙ୍କୁ ୨୮୮୦୩ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି ।
ସେହିପରି ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ ୪ଟିରେ ବିଜେଡ଼ିର ପ୍ରାର୍ଥୀ ବିଜୟଲାଭ କରିଥିବା ବେଳେ ଗୋଟିଏ ଆସନରେ ବିଜେପିର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ବିଧାନସଭାରେ ବିଜେଡ଼ି ପ୍ରାର୍ଥୀ ବିଜୟଲାଭ କରିଥିବା ବେଳେ ଧାମନଗର ଆସନରେ ବିଜେପିର ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଭଦ୍ରକ ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ତାଙ୍କର ନିକଟତମ ପ୍ରତିଦ୍ୱିନ୍ଦି ବିଜେପିର ଡ଼ାକ୍ତର ପ୍ରଦୀପ ନାୟକଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀ ଶ୍ରୀ ମଲ୍ଲିକଙ୍କୁ ୯୩୬୬୮ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ପ୍ରାର୍ଥୀ ଡ଼ା. ନାୟକଙ୍କୁ ୬୦୨୭୯ ଖଣ୍ଡ ଭୋଟି ମିଳିଛି । ସେହିପରି କଂଗ୍ରେସର ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତିଙ୍କୁ ୨୨୬୩୦ଖଣ୍ଡ ଭୋଟ ମିଳିଥିବା ବେଳେ ଅନ୍ୟ ପ୍ରାର୍ଥୀମାନେ ନିର୍ବାଚନରେ ଅମାନତ ହରାଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀ ପ୍ରଫୁଲ୍ଲସାମଲ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ବିଜେଡ଼ିର ପ୍ରାର୍ଥୀ ଶ୍ରୀ ସାମଲଙ୍କୁ ୭୦୧୮୦ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କୁ ୨୧୩୨୧ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେପିର ପ୍ରାର୍ଥୀ ବଦ୍ରିନାରାୟଣ ଧଳଙ୍କୁ ୩୯୧୪୧ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତିଦ୍ୱନ୍ଦିତା କରିଥିବା ଅନ୍ୟ ଦଳର ପ୍ରାର୍ଥୀମାନେ ଅମାନତ ହରାଇଛନ୍ତି । ଚାନ୍ଦବାଲି ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀ ବ୍ୟୋମକେଶ ରାୟ ବିଜେପିର ପ୍ରାର୍ଥୀ ମନମୋହନ ସାମଲଙ୍କୁ ପରସ୍ତ କରି ନିର୍ବାଚିତ ହୋଇଛନ୍ତି । ବିଜେଡ଼ିର ପ୍ରାର୍ଥୀ ଶ୍ରୀ ରାୟଙ୍କୁ ୭୭୩୧୩ ଖଣ୍ଡ ମିଳିଥିବା ବେଳେ ବିଜେପିର ପ୍ରାର୍ଥୀ ଶ୍ରୀ ସାମଲଙ୍କୁ ୬୯୨୩୩ଖଣ୍ଡ ଭୋଟ ଓ କଂଗ୍ରେସର ପ୍ରାର୍ଥୀ ଦିଗମ୍ବର ଦାସଙ୍କୁ ୩୦୧୪୬ଖଣ୍ଡ ଭୋଟି ମିଳିଛି । ବାସୁଦେବପୁର ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଅଶୋକ କୁମାର ଦାସଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ବିଜେଡ଼ିର ପ୍ରାର୍ଥୀ ଶ୍ରୀ ରାଉତରାୟଙ୍କୁ ୭୮୯୬୩ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଶ୍ରୀ ଦାସଙ୍କୁ ୬୯୩୮୨ଭୋଟ ମିଳିଥିବା ବେଳେ ବିଜେପିର ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କୁ ୩୫୭୭୭ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଧାମନଗର ବିଧାନସଭା ଆସନରୁ ବିଷ୍ଣୁଚରଣ ସେଠୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ିର ରାଜେନ୍ଦ୍ର କୁମାର ଦାସଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ବିଜେପିର ପ୍ରାର୍ଥୀ ଶ୍ରୀ ସେଠୀଙ୍କୁ ୮୦୧୧୧ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ିର ପ୍ରାର୍ଥୀ ଶ୍ରୀ ଦାସଙ୍କୁ ୭୫୪୮୬ଖଣ୍ଡ ଭୋଟ ମିଳିଛି । ସେହିପରି କଂଗ୍ରେସର ପ୍ରାର୍ଥୀ ବିଦ୍ୟାଧର ଜେନାଙ୍କୁ ୭୩୦୩ ଖଣ୍ଡ ଭୋଟ ପାଇଛନ୍ତି ।