ମହିଳାଙ୍କୁ ବିଚ ରାସ୍ତାରେ ଅସଦାଚରଣ
ଚୌଦ୍ୱାର,(ସଞ୍ଜୀବ କୁମାର ତିୱାରୀ):ଚୌଦ୍ୱାର ଥାନା ର ଟିପିଏମ ଫାଣ୍ଡି ଅଂଚଳରେ ରାସ୍ତାରେ ନିଜ ସ୍କୁଟି ରେ ଯାଉଥିବା ଜଣେ ମହିଳାଙ୍କୁ ଦୁଇ ଯୁବକ ଅସଦାଚରଣ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଏହି ବିବାହିତ ମହିଳା ଜଣକ ଚୌଦ୍ୱାର ମୁଣ୍ଡାମାଲ ଅଂଚଳରେ ରହୁଛନ୍ତି।ସେ ଆଜି ଭୁବନେଶ୍ୱରରୁ ନିଜ ଆକ୍ତିଭା ଗାଡ଼ିରେ ନୂଆପଟଣା ପୋଲ ଦେଇ ଘରଜୁ ଫେରୁଥିଲେ। ଦିନ ପ୍ରାୟ ଦୁଇଟା ସମୟରେ ଟିପିଏମ ଫାଣ୍ଡି ଠାରୁ ମାତ୍ର ଚାରିଶହ ମିଟର ଦୂର ରେ ଦୁଇଜଣ ଯୁବକ ଏକ ଅପାଚି ବାଇକ ରେ ଆସି ମହିଳାଙ୍କ ସୁନା ଚେନ କୁ ଛଡାଇ ବାକୁ ଉଦ୍ୟମ କରିଥିଲେ।ବିଫଳ ହେବାପରେ ମହିଳାଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହ ଆକ୍ରମଣ କରିଥିଲେ। ମହିଳାଜଣକ ତୀବ୍ର ପ୍ରତିରୋଧ କରିବାରୁ ଯୁବକ ଦୁଇଜଣ ପଳାଇଯାଇଥିଲର।ମହିଳା ଜଣକ ଟିପିଏମ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଚାଷପଡା ଗ୍ରାମର ଜଣେ ଯୁବକକୁ ଅଟକ ରଖି ଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡିଛି।