ଆଦିତ୍ୟ ବିର୍ଲା ସ୍ୱାସ୍ଥ୍ୟ ବୀମାରେ ୧ଠ୪% ଅଭିବୃଦ୍ଧି

ମୁମ୍ବାଇ,(ଯୁଗାଦ୍ଦ ନ୍ୟୁଜ): ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଆଦିତ୍ୟ ବିର୍ଲା ସ୍ୱାସ୍ଥ୍ୟ ବୀମା କମ୍ପାନୀ ଲିମଟେଡ଼ ବାର୍ଷିକ ଭିତ୍ତିରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୪% ଅଭିବୃଦ୍ଧି ଲାଭ କରିଛି । ଫଳରେ ମୋଟ ପ୍ରିମିୟମ ଆୟ କ୍ଷେତ୍ରରେ କମ୍ପାନୀ ୪୯୭ କୋଟି ଟଙ୍କା ଅତିକ୍ରମ କରିଛି । ସମ୍ପ୍ରତି କମ୍ପାନୀର ୨.୩ ନିୟୁତ ବୀମାଧାରୀ ଅଛନ୍ତି । ବ୍ୟାଙ୍କ୍ର ବହୁମୁଖୀ ବିତରଣ ବ୍ୟବସ୍ଥା, ୧୦ଟି ବ୍ୟାଙ୍କସୁରାନ୍ସ, ଏଜେଣ୍ଟ ଓ ସହଯୋଗୀ ସଂସ୍ଥା ସହାୟତାରେ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି । ୨୦୧୬ରେ ଆରମ୍ଭ ହୋଇଥିବା ଆଦିତ୍ୟ ବିର୍ଲା ସ୍ୱାସ୍ଥ୍ୟ ବୀମା କମ୍ପାନୀ ଲିମିଟେଡ଼ ନିକଟରେ ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ସିଟିବ୍ୟାଙ୍କ ସହ ବୁଝାମଣା କରାଯାଇଛି । ଏହି ଅବସରରେ ଆଦିତ୍ୟ ବିର୍ଲା ସ୍ୱାସ୍ଥ୍ୟ ବୀମା କମ୍ପାନୀ ଲିମଟେଡ଼ର ସିଇଓ ମୟଙ୍କ ବାଥୱାଲ କହିଛନ୍ତି ଯେ ମାତ୍ର ଅଢ଼େଇ ବର୍ଷ ମଧ୍ୟରେ କମ୍ପାନୀ ୪୯୭ କୋଟି ଟଙ୍କା ଅଭିବୃଦ୍ଧି ଲାଭ କରିବା ଆନନ୍ଦର ବିଷୟ । ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଏହା ଏବେ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ । ବୀମା ବ୍ୟବସ୍ଥାକୁ ଜନସାଧାରଣ ସ୍ୱୀକୃତି ପ୍ରଦାନ କରିଥିବା ଏଥିରୁ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି । କମ୍ପାନୀର ବାଙ୍କାସୁରାନ୍ସ ଜରିଆରେ ଏକାକୀ ଅଭିବୃଦ୍ଧି ୭ ଗୁଣ ହୋଇଛି । ଏକ ସୁସ୍ଥ ଭାରତ ଗଢ଼ିବା ପାଇଁ ୪୦% ଗ୍ରାହକଙ୍କୁ ପ୍ରୋତ୍ସାହିତ କରାଯାଇଛି । ଉତ୍ତମ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କ ନେଇ ଆଦିତ୍ୟ ବିର୍ଲା ସ୍ୱାସ୍ଥ୍ୟ ବୀମା କମ୍ପାନୀ ଲିମଟେଡ଼ ଦୀର୍ଘ ସମୟ ଅନୁଧ୍ୟାନ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ