ବାତ୍ୟାରେ ଉଜୁଡି ଯାଇଛି ବନ ପ୍ରକଳ୍ପ, ବିଭାଗୀୟ ଅଧିକାରୀଙ୍କ ନିଘାନାହିଁ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ):୧୯୯୯ ମହାବାତ୍ୟାରେ ଉପକୂଳବର୍ତୀ ଅଂଚଳରେ ବିଭିନ୍ନ କ୍ଷୟକ୍ଷତି ହୋଇଥିଲା । ଏହି କ୍ଷୟକ୍ଷତିରେ ବିଶେଷ କରି ଉପାନ୍ତ ଅଂଚଳର ବୃକ୍ଷ ଗୁଡିକ ପ୍ରଭାବିତ ହୋଇଥିଲା । ସେହିପରି ବାତ୍ୟା ‘ଫନି’ରେ ମଧ୍ୟ ନାଉଗାଁ ବ୍ଳକରେ ଥିବା ଗଛ ଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ବାତ୍ୟା ‘ଫନି’ରେ ଐତିହ୍ୟ ନଗରୀ ପୁରୀ ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଘର ଠାରୁ ବାସଗୃହ ପର୍ଯ୍ୟନ୍ତ ଉଜାଡି ଦେଇଛି । ‘ଫନି’ର ପ୍ରଭାବରେ ବ୍ଳକର ବିଭିନ୍ନ ବନ ପ୍ରକଳ୍ପ ପ୍ରଭାବିତ ହୋଇଛି । ହେଲେ ବିଭାଗୀୟ ଅଧିକାରୀଙ୍କର ଦେଖା ମିଳୁନଥିବାରୁ ଗଛ ଗୁଡିକ ଭାଙ୍ଗି ହୋଇ ପଡିରହିଛି । ମିଳିଥିବା ସୂଚନାନୁଯାୟୀ ନାଉଗାଁ-ଗାରୋଇ ଦେଇ ଯାଇଥିବା ପୂର୍ତ ବିଭାଗର ମୁଖ୍ୟ ରାସ୍ତାର ଉଭୟ ପାଶ୍ୱରେ ୫ ହଜାରରୁ ଉଦ୍ଦ୍ୱର୍ ଗଛ କୁଜଙ୍ଗ ବନଖଣ୍ଡ ଦ୍ୱାରା ଲଗାଯାଇଥିଲା । ଏହି ଗଛ ଗୁଡିକକୁ କେତେ ବେଳେ ସ୍ଥାନୀୟ ଅଂଚଳବାସୀ କାଟି ନେଉଥିବା ବେଳେ ବର୍ତମାନ ବାତ୍ୟା ଦ୍ୱାରା ତାହା ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହି ବନିକରଣ ପାଇଁ ବିଭାଗ ପକ୍ଷରୁ ୧୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣାଯାଇଛି । ସେହିପରି ଓଷକଣା ପଂଚାୟତ ଭଟଣା ଗ୍ରାମ ନିକଟବର୍ତୀ ଦେବୀ ନଦୀ ପଠାରେ ଆର.ଏସ.ସି ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ୫ ଏକରରୁ ଉଦ୍ଦ୍ୱର୍ ଜମିରେ ସୃଷ୍ଠି କରାଯାଇଥିବା ବନ ପ୍ରକଳ୍ପର ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏହି ପ୍ରକଳ୍ପଟି ରେ ଗଛ ବଢିବା ଦିନ ଠାରୁ ସ୍ଥାନୀୟ ଅଂଚଳବାସୀ ମୂଲ୍ୟବାନ ଗଛ ଗୁଡିକୁ କାଟି ନେଇ ଯାଉଥିବା ବେଳେ ମଣିଷଙ୍କ କବଳରୁ ବଂଚିଥିବା ଗଛ ଗୁଡିକୁ ଫନି ପ୍ରଭାବରେ ପ୍ରଭାବିତ ହୋଇଛି । ଏହି ଗଛ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ କେହି ନଥିବା ବେଳେ କେତେବେଳେ ଏହା ବାତ୍ୟାରେ ଯାଉଛି ତ କେତେ ବେଳେ ମଣିଷ ଦାଉ ସାଧୁଛି । ୨୦୧୨-୧୩ ଆର୍ôଥକ ବର୍ଷରେ ଡେରିକି ଠାରୁ ଡାବର ପର୍ଯ୍ୟନ୍ତ ରାସ୍ତା କୁଜଙ୍ଗ ବନଖଣ୍ଡ ପକ୍ଷରୁ ୩ ଲକ୍ଷ ଟଙ୍କା ବ୍ୟୟ, ୨୦୧୬-୧୭ ଆର୍ôଥକ ବର୍ଷରେ ଗାରୋଇ-ଓଷକଣା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ପାଶ୍ୱର୍ ବ୍ଳକ ପ୍ରଶସାନ ଓ କୁଜଙ୍ଗ ବନଖଣ୍ଡ ବିଭାଗ ଦ୍ୱାରା ୩ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ କରାଯାଇଥିବ ବନୀକରଣ ଯୋଜନା ବାତ୍ୟା ଫନିରେ ଉଜୁଡି ଯାଇଥିବା ଦେଖିବାକୁ ମିଳିଛି । ସେହିପରି ତିରୁଣା ପଂଚାୟତର କୁରିକି ଗୋବରୀ ନଦୀ ପଠାରେ ୨୦୧୬-୧୭ ଆର୍ଥୀକ ବର୍ଷରେ ସୃଷ୍ଟି କରାଯାଇଥିବା ଗ୍ରାମ୍ୟ ଜଙ୍ଗଲ ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହେବା ଦ୍ୱାରା ବଡ ଗଛ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଥିବା ବେଳେ ଡେରିକି ଠାରୁ ମହନାପାରୀ ପର୍ଯ୍ୟନ୍ତ ଅନୁରୂପ ଭାବେ ଦେଖିବାକୁ ମିଳୁଛି । କିନ୍ତୁ ବାତ୍ୟା ୨୨ ଦିନ ହେବ ଅତିବାହିତ ହୋଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀଙ୍କର ଦେଖିବାକୁ ମିଳୁ ନଥିବା ଜଣାଯାଇଛି । ତେଣୁ ବନିକରଣ ଯୋଜନାରେ ଉକ୍ତ ବ୍ଳକରେ କ୍ଷତି ହୋଇଥିବା ବନିକରଣ ପ୍ରକଳ୍ପ ଗୁଡିକୁ ଚିହ୍ନଟ କରାଯାଇ ନୂତନ ଭାବେ ବନିକରଣ କରାଯିବାକୁ ସ୍ଥାନୀୟ ଜନସାଧାରଣ,ବୁଦ୍ଧିଜୀବମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।