କରୋନା ଜୀବାଣୁ ନେଲା ଆଉ ଏକ ଜୀବନ

ନୂଆଦିଲ୍ଲୀ: କରୋନା ଜୀବାଣୁ ନେଲା ଆଉ ଏକ ଜୀବନ। ପଞ୍ଜାବର ୭୦ ବର୍ଷୀୟ ଜଣେ ବୃଦ୍ଧ ଏହି ଜୀବାଣୁ ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ଭାରତରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ଚାରିଜଣଙ୍କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତରେ କାରୋନାରେ ୨୫ ବିଦେଶୀ ନାଗରିକଙ୍କ ସମେତ ୧୭୩ ଜଣ ଆକ୍ରାନ୍ତ ଅଛନ୍ତି। ବୁହାନ ସହରରୁ ବ୍ୟାପିଥିବା ଏହି ଜୀବାଣୁ ସାରା ବିଶ୍ବରେ ବଢିଚାଲିଥିବା ବେଳେ ଚୀନରେ କିନ୍ତୁ ସ୍ଥିତି ସାମାନ୍ୟ ହେବାକୁ ଯାଉଛି। ଏନେଇ ଭାରତ ସରକାର ଏବଂ ରାଜ୍ୟ ସରକାର କରୋନା ଜୀବାଣୁର ମୁକାବିଲା ପାଇଁ ବହୁ ପଦକ୍ଷେପମାନ ନେଉଛନ୍ତି। ଦେଶରେ ବହୁକଟକଣା ଲଗାଇବା ସହ ଲୋକମାନକୁ ସଚେତନ କରିବାପାଇଁ ବ୍ୟାପକ କାର୍ଯ୍ୟକ୍ରମ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ