କରୋନା ସଚେତନତା ନେଇ ପଂଚାୟତ ସମିତିର ସ୍ୱତନ୍ତ୍ର ବୈଠକ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ବିଶ୍ୱ ମହାମାରୀ କରୋନାକୁ ଲୋକଙ୍କମଧ୍ୟରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ଏହାର ସଚେତନତା ନେଇ ଶୁକ୍ରବାର ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ପଂଚାୟତ ସମିତିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଗଂଜାମ ଉପ ଜିଲ୍ଲାପାଳ (ରାଜସ୍ୱ) ଅମିୟ କୁମାର ସାହୁ ଓ ନିମନ୍ତ୍ରିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର ପ୍ରମୁଖ ମଂଚାସିନ ଥିଲେ । ମଂଚାସିନ ଅତିଥି ମାନେ କରୋନା ସଚେତନତା ନେଇ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯ୍ଧବଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । କରୋନା ନିୟନ୍ତ୍ରଣ କରିବାକୁ ଓଡ଼ିଶା ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଗାଁ ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତା ଆଗାମୀ ୪ମାସ ପାଇଁ ଏକକାଳୀନ ପ୍ରଦାନ କରାଯିବ ଏବଂ ପ୍ରଶାସନିକ ଅଧିକାରୀ ମାନେ ସେମାନଙ୍କଗ୍ରାମକୁ ଯାଇ ଭତା ପ୍ରଦାନ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆସନ୍ତା ଏପ୍ରିଲ ୧ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ (୩ମାସର) ଗହମ, ଚାଉଳ, କିରୋସିନି ଯୋଗାଇ ଦିଆଯିବ । ଦେଶ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ଗୃହରେ ୧୦ ଦିନ ପୃଥକ ଭାବେ ରହିବେ ଏବଂ ଏହି ସମୟ ସୀମା ସଫଳତାର ସହ ଶେଷ କଲେ ପଂଜିକୃତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମାନଙ୍କୁ ଯଥା ସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଚଳିତ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଥିବା ବେଳେ ପ୍ରାକ୍ ଶିକ୍ଷାର୍ଥୀ ମାନଙ୍କୁ କର୍ମୀ ମାନେ ସେମାନଙ୍କ ଘରକୁ ଯାଇ ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ ସକାଶେ ଆବଶ୍ୟକୀୟ ଶୁଖିଲା ସାମଗ୍ରୀ ପ୍ରଦାନ କରିବେ । ଗ୍ରାମର ପ୍ରତ୍ୟେକ ଆଶା ଓ ଏଏନଏମ କର୍ମୀ ମାନଙ୍କ ନିକଟରେ ଓଆରଏସ ଓ ପାରାସିଟାମଲ ଔଷଧ ରଖାଯିବାର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ଗ୍ରାମ ପଂଚାୟତରେ ୫୦ରୁ ୧୦୦ ରହିପାରିବା ଭଳି ସୁରକ୍ଷିତ ଘର ରହିବା ଆବଶ୍ୟକ, ଏଥି ସକାଶେ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ୫ଲକ୍ଷ ଟଙ୍କା ଅର୍ଥରାଶି ଅନୁମୋଦିତ କରାଯାଇଛି ବୋଲି ଉପ ଜିଲ୍ଲାପାଳ ସାହୁ କହିଥିଲେ । ଆୟୋଜିତ ବୈଠକରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଜିପିଇଓ ପ୍ରଶାନ୍ତ ରଥ, ବିଦ୍ୟୁତ ବିଭାଗୀୟ ଏସଡ଼ିଓ ସତ୍ୟ ନାରାୟଣ ଦାଶ, ଏଏଓ ଅମର ପ୍ରସାଦ ସାହୁ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, କାଳିଆ ସାହୁ, ବହୁ ଲାଇନ ଡ଼ିପାର୍ଟମେଂଟ ଅଧିକାରୀ, ପିଇଓ, କନିଷ୍ଠ ଯନ୍ତ୍ରୀ, ସରପଂଚ, ସମିତିସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ