ବିଲ୍ ପୈଠ ପରେ ବି ଟିପିଏସ୍ଓଡିଏଲ୍ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରୁଥିବା ଅଭିଯୋଗ

ଛତ୍ରପୁର,(ଓ୍ବାଇଏନଏସ): ଟାଟା ପାୱାର (ଟିପିଏସ୍ଓଡିଏଲ୍) କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ବିଦ୍ୟୁତ ବିଲ୍ ବାବଦରେ ଟଙ୍କା ପୈଠ କରିବା ସତ୍ତ୍ଵେ ସଂଯୋଗ ବିଚ୍ଛିନ୍ନ କରିଥିବା ଅଭିଯୋଗ ହୋଇଛି। ଏହିପରି ଅଭିଯୋଗ ଛତ୍ରପୁର ପୌରପରିଷଦ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଏମିତି ଅନେକ ଗ୍ରାହକଙ୍କ ସହ ଘଟିଥିବା ଚର୍ଚ୍ଚା ହେଉଛି। ଛତ୍ରପୁର ପୌରପରିଷଦ ଉପକଣ୍ଠ ମାଟିଖୋଲ ଗ୍ରାମର ୧୦ – ୧୫ ଗ୍ରାହକ ବିଦ୍ୟୁତ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ପାତ୍ରଙ୍କୁ ସୋମବାର ସମାନ ଘଟଣାର ଲିଖିତ ଅଭିଯୋଗ ଦେଇଥିଲେ। ଏହା ପୂର୍ବରୁ ୪ – ୫ ଥର ଅଭିଯୋଗ ଦେଇଥିବା ଗ୍ରାହକ ମାନେ କହିଛନ୍ତି। କୌଣସି ପ୍ରକାରର ସମାଧାନ ନ ମିଳିବାରୁ ସେମାନେ ଉତ୍ୟକ୍ତ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିଥିବା ମଧ୍ୟ ଜଣାପଡ଼ିଛି। ପରିବାରରେ ଛୋଟ ଛୁଆ, ବୟସ୍କ ଏବଂ ରୋଗୀ ରହୁଥାନ୍ତି ଯାହାଙ୍କୁ ବିଦ୍ୟୁତ ସେବାର ଆବଶ୍ୟକତା ରହିଛି। ତେବେ ବିଲ୍ ପୈଠ କରି ମଧ୍ଯ ଗ୍ରାହକଙ୍କ ସହ ବିନା ଯୋଗାଯୋଗ କରି ସଂଯୋଗ ବିଛିନ୍ନ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରି ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାତ୍ର ଗ୍ରାହକମାନଙ୍କୁ ବୁଝାଶୁଝା କରିବା ପାଇଁ ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ