ବ୍ଳକ ପ୍ରଶାସନ ପକ୍ଷରୁ ୧୬ ପଂଚାୟତରେ ୧୬ଟି କରୋନା ସେଂଟର ଖୋଲାଗଲା
ନାଉଗାଁ : କରୋନା ସଂକ୍ରମଣ ଦେଶବ୍ୟାପି ଭୟର ବାତାରଣର ସୃଷ୍ଟି କରିଛି । ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସଚେତନତା କରାଯିବା ସହିତ ପଂଚାୟତସ୍ତରରେ କରୋନା ସେଲ୍ଟର ପଏଂଟ ଖୋଲାଯାଇଛି । ନାଉଗାଁ ବ୍ଳକ ପ୍ରଶାସନ ପକ୍ଷରୁ ୧୬ଟି ପଂଚାୟତରେ ୧୬ଟି କରୋନା ସେଲ୍ଟର ପଏଂଟ ଖୋଲା ଯାଇଥିବା ଜଣାଯାଇଛି । ସେଥିମଧ୍ୟରୁ ଅଲଣା ପଂଚାୟତ ପାଇଁ ଅଲଣାହାଟ ହାଇସ୍କୁଲ, ନୂଆଗାଁର ଶୁଦ୍ଧକଂଠି ହାଇସ୍କୁଲ, ନାଉଗାଁର ନାଉଗାଁହାଟ ହାଇସ୍କୁଲ, ଡାବରର ମହନାପାରୀ ୟୁପି ସ୍କୁଲ,ଡେରିକିର ମଉଳା ଭଣଜା ମହାବିଦ୍ୟାଳୟ, ଘୋଡାଂଶର ଓଡପଏଙ୍ଗା ହାଇସ୍କୁଲ, ଗଜରାଜପୁର ର ଗଜରାଜପୁର ହାଇସ୍କୁଲ, ଗଳଦାରୀର ଏରେଡା ହାଇସ୍କୁଲ, ରୋହିଆର ରୋହିଆ ହାଇସ୍କୁଲ, ତିରୁଣାର ତିରୁଣା ହାଇସ୍କୁଲ, ଓଷକଣାର ଭଟଣା ମଧ୍ୟ ଇଂରାଜୀ ବିଦ୍ୟାଳୟ, କୋରୁଅର ଗାରୋଇ ହାଇସ୍କୁଲ, ଶିଖରର ଅଙ୍ଗେଶ୍ୱରପଡା ହାଇସ୍କୁଲ, ଜାମୁଗାଁର କଂଟୁଣିଆ ହାଇସ୍କୁଲ, ବାଂଶର ବାଂଶ ୟୁପି ସ୍କୁଲ, ବଛାଳୋର ବଛାଳୋ ହାଇସ୍କୁଲକୁ ସେଲ୍ଟର ପଂଏଟ ଭାବେ ସ୍ଥିର କରାଯାଇଛି । ଏହି ସବୁ ପଏଂଟରେ ବିଦ୍ୟୁତ ରହିଥିବା ସହିତ ଶୌଚାଳୟ, ପାଣିର ସୁବିଧା ମଧ୍ୟ ରହିଛି । ପଂଚାୟତ ତରଫରୁ ପଂଚାୟତ ପ୍ରତିନିଧିମାନେ ଏହି ସେଲ୍ଟର ଦାୟିତ୍ୱରେ ରହିବେ । ଏମାନଙ୍କୁ ପଂଚାୟତରେ କାର୍ଯ୍ୟ କରୁଥିବା ଆଶା ଓ ଅଙ୍ଗନୱାଡି କର୍ମୀ ସହଯୋଗ କରିବେ । ଉକ୍ତ ପଂଚାୟତକୁ ବାହାରୁ ଆସୁଥିବା ଜନସାଧାରଣଙ୍କୁ ଏହି ସେଲ୍ଟରରେ ଅବର୍ଜେଭଶନରେ ରଖାଯିବ । ତା ସହିତ ପଂଚାୟତରେ ଯଦି କାହାର ଥଣ୍ଡା, ଜ୍ୱର, କାଶ ଆଦି ଦେଖାଦିଏ,ତାଙ୍କ ଘରେ ରହିବା ପାଇଁ ସୁବିଧା ନଥାଏ, ତେବେ ସେମାନଙ୍କୁ ମଧ୍ୟ ଏହି ସେଲ୍ଟରରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।


