ଛଅଟି ଜିଲ୍ଲାରେ ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା
ଭୁବନେଶ୍ବର : ସୋମବାର ରାଜ୍ୟର କେତେକ ଜିଲ୍ଲାରେ ଘଡଘଡ ସହ କୁଆପଥର ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ରାତିରେ ପ୍ରକାଶ ପାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏହି ବର୍ଷ ରାଜ୍ୟର ଛଅଟି ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ଘଡଘଡି, ବର୍ଷା ସହିତ କୁଆପଥର ମଧ୍ୟ ପଡିବାର ସମ୍ଭାବନା ରହିଛି। ତେବେ ଯେଉଁ ଛଅଟି ଜିଲ୍ଲାରେ ଏହି ବର୍ଷା ହେବା ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଳାହାଣ୍ଡି ଏବଂ ନବରଙ୍ଗପୁର। ପୂର୍ବରୁ ପାଣିପାଗ ବିଭାଗ ତରଫରୁ କେତେକ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ଗତ ଶନିବାର ଦିନ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଜିଲ୍ଲାରେ କିଛି ସମୟ ପାଇଁ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିଲା।


