ପୋୖର ଅଧ୍ୟକ୍ଷା ମମତା, ଉପାଧ୍ୟକ୍ଷ ଶିବ ଗୌଡ଼ଙ୍କ ସହ ଶତାଧିକ ସମର୍ଥକ ବିଜେପିରେ ଯୋଗଦାନ

ଗୁଣପୁର,(ୱାଇଏନଏସ): ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିୟମିତ ଭାବେ ମିଶ୍ରଣ ପର୍ବ ଆୟୋଜିତ ହେଉଛି । ବିଭିନ୍ନ ଦଳରୁ ବହୁ ନେତା ଓ କର୍ମୀ ରାଜ୍ୟ ସଭାପତି ଏବଂ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ପୋଷାକ ପିନ୍ଧି ଦଳରେ ସାମିଲ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ପ୍ରାୟ ଏକ ବର୍ଷ ଧରି ବିଜେପି ଦଳରେ ମିଶିବାକୁ ବିଭିନ୍ନ ମହଲରୁ ଚାପ ସୃଷ୍ଟି କରି ଶେଷରେ ସଫଳ ହୋଇଥିବା ଗୁଣପୁର ଅଞ୍ଚଳ ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତି ପୂର୍ବତନ ବିଜେଡି ନେତା ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼(ସାନ) ତାଙ୍କ ଧର୍ମପତ୍ନୀ ପୋୖର ଅଧ୍ୟକ୍ଷା ମମତା ଗୌଡ଼ଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ଯୋଗ ଦେବାରେ ସକ୍ଷମ ହୋଇଛନ୍ତି। ବିଜେପିରେ ମିଶିବା ପାଇଁ ତାଙ୍କ କାର୍ଯ୍ୟକଳାପ କୁ ନେଇ ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ମିଶ୍ରଣ ବିଳମ୍ବ ଘଟିଥିଲେ ମଧ୍ୟ ଶେଷରେ ଶିବ ଗୌଡ଼ଙ୍କୁ କୌଣସି ଶକ୍ତି ଓ ଚାପ ଅଟକାଇ ପାରିନଥିଲା। ସେ ଆଜି ଗୁଣପୁର ଅଞ୍ଚଳର ଶତାଧିକ ସମର୍ଥକ ଓ ଆଉ କିଛି ଲୋକ ପ୍ରତିନିଧି ମାନଙ୍କ ସହ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟଳୟକୁ ପଟୁଆରରେ ବାଦ୍ୟ ବାଜଣା,ବାଣ ଫୁଟାଇ ଶୋଭାଯାତ୍ରାରେ ଯାଇ ପହଞ୍ଚି ଦଳରେ ଯୋଗଦେଇଥିଲେ। ଦଳୀୟ କାର୍ଯ୍ୟଳୟରେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ବିଜେପି ନେତା ପର୍ଶୁରାମ ମାଝିଙ୍କ ଗ୍ରହଣରେ ସେମାନେ ଦଳରେ ଯୋଗଦେଇଥିବା ନେଇ ଘୋଷଣା କରିଥିଲେ। ଏହାପରେ ସଭାପତି ସାମଲ ରାଜନେତା ଗୌଡ଼ଙ୍କ ସହ ଅନ୍ୟ ସମସ୍ତଙ୍କୁ ଦଳୀୟ ଟୋପି ପିନ୍ଧାଇ ଉପଢୌକନ ପକାଇ ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ। ବିଜେପି ଦଳରେ ଯୋଗଦେଇଥିବା ଅନ୍ୟ ମାନଙ୍କ ମଧ୍ୟରେ ଗୁଣପୁର ବ୍ଲକ ଅଧ୍ୟକ୍ଷ ଝିଲ୍ଲୀ ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ଗୁଡାରି ବ୍ଲକର ଭାରପ୍ରାପ୍ତ ଅଧ୍ୟକ୍ଷ ବିଶ୍ଵନାଥ ଶବର, କିଛି କାଉନସିଲର, କାଉନସିଲର ସ୍ବାମୀ, ସମିତି ସଭ୍ୟ ସରପଞ୍ଚ, ସମର୍ଥକ ମାନେ ବିଜେପି ଦଳରେ ଯୋଗଦାନ କରିଥିବା ଜଣାପଡିଛି। ଅପର ପକ୍ଷରେ ବାଘ- ବାରିଆ ଭଳି ଶିବ ଗୌଡ଼ଙ୍କ କଠୋର ବିରୋଧୀ ଥିବା ପ୍ରଧାନୀଗୁଡାର ବିଜେଡି ନେତା ଭାଷା ଶତପଥୀ ଏବଂ ଗୁଣପୁର ନଗର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପାଢୀ (ବୁଲୁ) ଶେଷରେ ତାଙ୍କୁ ଅନୁସରଣ କରି ବିଜେପି ଦଳରେ ଯୋଗଦେବାକୁ ବାଧ୍ୟ ହୋଇଥିବା ଆଲୋଚ୍ୟର ବିଷୟ ପାଲଟିଛି। ଏହି ଅବସରରେ ପୋୖର ଉପାଧ୍ୟକ୍ଷ ଜିଲ୍ଲାରେ ବିଯେପି ଦଳକୁ ସଦୃଢ଼ କରିବାକୁ ଉଦ୍ୟମ କରିବେ।ଆସନ୍ତା ପଞ୍ଚାୟତ, ପୋୖରରେ ସଫଳତା ସହ ସାଧାରଣ ନିର୍ବାଚନରେ ଜିଲ୍ଲାର ତିନୋଟି ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପି ଆନନ୍ଦ, କାଳିରାମ ମାଝି, ଶିବ ଶଙ୍କର ଉଲ୍ଲାକା, ବସନ୍ତ ଉଲ୍ଲାକା ପ୍ରମୁଖ ଉପସ୍ଥିତ ଥିଲେ। ଅପର ପକ୍ଷରେ ରାୟଗଡା ଓ ଗୁଣପୁର ଅଞ୍ଚଳର କିଛି ତୁଙ୍ଗ ବିଜେପି ନେତା ନିମନ୍ତ୍ରଣ ପାଇଁ ମଧ୍ୟ ଏହି ମିଶ୍ରଣ ପର୍ବରୁ ନିଜକୁ ଦୂରେଇ ରଖିଥିଲେ। ମୁଖ୍ୟତଃ ରାୟଗଡା ଜିଲ୍ଲା ପ୍ରଭାରି ତଥା ପୂର୍ବତନ ବିଧାୟକ ନାରାୟଣ ରାଓଙ୍କ ମଧ୍ୟ ମିଶ୍ରଣ ପର୍ବ ସମୟରେ ଦେଖା ମିଳି ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ