ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, (ଓ୍ବାଇଏନଏସ):   ପୁଣି ଖାକିରେ ଲାଗିଲା ଦାଗ | ଜଣେ ମହିଳା ଙ୍କ ଅନିଚ୍ଛା ସ୍ୱତେ ଶାରୀରିକ  ସମ୍ପର୍କ ରଖିବା ଅଭିଯୋଗ ରେ ଜଣେ ପୋଲିସ କର୍ମଚାରୀ ଗିରଫ |
ଗିରଫ ପୋଲିସ କର୍ମଚାରୀ ଜଣକ ହେଲେ ଛତ୍ରପୁର ରିଜର୍ଭ ପୋଲିସ ରେ କାର୍ଯ୍ୟରତ ଓଏଏସଆଇ ଗୌରାଙ୍ଗ ବେହେରା | ଛତ୍ରପୁର ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି |  ଛତ୍ରପୁର ରିଜର୍ଭ ର ପ୍ରଶିକ୍ଷଣ ରେ ଥିବା ଓଏଏସଆଇ ଗୌରାଙ୍ଗ ବେହେରାଙ୍କୁ ଜନୈକ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଗିରଫ କରି ସ୍ଥାନୀୟ ଅଦାଲତରେ ହାଜର କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଶ୍ରୀ ବେହେରା ମହିଳାଙ୍କ ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ କେସ୍ ନଂ. ୨୯୮/୨୦୨୬ ରୁଜୁ ହୋଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ