୨୦ରୁ ୨୮ ମଧ୍ୟରେ ଭୋଟରଙ୍କ ତଥ୍ୟ ଯାଞ୍ଚ ସହ ଆପତ୍ତି ଶୁଣାଣି

ଧାମନଗର (ଓ୍ବାଇଏନଏସ): ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଆଇଆର୍‌) -୨୦୨୬ ପ୍ରକ୍ରିୟା ଚାଲିଥିବାବେଳେ ୫୩ଟି ବୁଥ୍‌ର ୯୩୫ ଜଣ ଭୋଟରଙ୍କ ତଥ୍ୟରେ ଅସଙ୍ଗତି ଚିହ୍ନଟ ହୋଇଛି। ଏହି ଭୋଟରମାନଙ୍କୁ ଧାମନଗର ତହସିଲ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି।ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ଏହି ନୋଟିସ ଅନୁଯାୟୀ ଆସନ୍ତା ୨୦ରୁ ୨୮ ଜୁଲାଇ ମଧ୍ୟରେ ସମ୍ପୃକ୍ତ ଭୋଟରଙ୍କ ତଥ୍ୟ ଯାଞ୍ଚ ସହ ଆପତ୍ତି ଶୁଣାଣି କରାଯିବ। ଇ-ରୋଲରେ ଅନମ୍ୟାପିଂ ହୋଇଥିବା କିମ୍ବା ଠିକଣା ଓ ପରିଚୟ ସମ୍ବନ୍ଧୀୟ ତଥ୍ୟରେ ଅସଙ୍ଗତି ଥିବା ଭୋଟରମାନଙ୍କୁ ନିର୍ଦ୍ଧାରିତ ତାରିଖରେ ଆବଶ୍ୟକ ଦସ୍ତାବିଜ ସହ ଉପସ୍ଥିତ ରହିବାକୁ କୁହାଯାଇଛି। ତହସିଲ କାର୍ଯ୍ୟାଳୟ ପ୍ରକାଶିତ ତାଲିକା ଅନୁସାରେ ପାଳସାହି, ରଇପୁର,ଧୁଷୁରୀ ଏନଏସି, କୋଠାର, ଖପରପଦା, ଫତେପୁର,ଅର୍ଜୁନପୁର, ସାହାସପୁର,ଭଟସାହି,ନଦୀଗାଁ ସମେତ ବିଭିନ୍ନ ଅଞ୍ଚଳର ବୁଥ୍‌ଗୁଡ଼ିକ ଏହି ଯାଞ୍ଚ ପରିସରଭୁକ୍ତ ହୋଇଛି। ଅର୍ଜୁନପୁରର ଗୋଟିଏ ବୁଥ୍‌ରେ ସର୍ବାଧିକ ୧୦୮ ଜଣ ଭୋଟରଙ୍କ ତଥ୍ୟ ଯାଞ୍ଚ ହେବାକୁ ଥିବାବେଳେ ଫତେପୁରର ଦୁଇଟି ବୁଥ୍‌ରେ କ୍ରମଶଃ ୮୭ ଓ ୮୬ ଜଣ ଭୋଟରଙ୍କ ନାମ ରହିଛି। ଏହି ବିଷୟରେ କୌଣସି ଅଧିକ ସୂଚନା ପାଇଁ ବୁଥ ସ୍ତରୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।ଅନମ୍ୟାପିଂ ତାଲିକା ଭୂକ୍ତ ମତଦାତା ମାନେ ଆବଶ୍ୟକୀୟ କାଗଜାତ ସହିତ ଉଦ୍ଦିଷ୍ଟ ତାରିଖରେ ସଖାଳ ୯ ଘଟିକା ଠାରୁ ଉପସ୍ଥିତ ରହି ନିଜର ଅଭିଯୋଗ ଶୁଣାଣୀରେ ଭାଗ ନେଇ ପାରିବେ ବୋଲି ତହସିଲଦାର ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଧାମନଗର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ