ପତ୍ନୀଙ୍କୁ ମିଛ କହି ପ୍ରେମିକା ସହ ଯାଇଥିଲେ ଇଟାଲି, ଏବେ କରୋନା ଆକ୍ରାନ୍ତ

ପ୍ରେମ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ପକାଇ ଥାଏ ତାହା କେହି ଜାଣିପାରନ୍ତି ନାହିଁ । ଏଭଳି ଏକ ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି । ପତ୍ନୀଙ୍କୁ ମିଛ କହି ପ୍ରେମିକାଙ୍କ ସହ ଇଟାଲି ଯାଇଥିବା ଏହି ବ୍ୟକ୍ତି ଏବେ କରୋନା ସଂକ୍ରମଣ କାରଣରୁ ଚିକିତ୍ସିତ ହେଉଛନ୍ତି ।
ବ୍ରିଟେନର ଏହି ଯୁବକ ଜଣକ ପତ୍ନୀଙ୍କୁ ଅଫିସ କାମରେ ବାହାରକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ । କିଛି ଦିନ ପରେ ଘରକୁ ଫେରିଥିଲେ । ସେତେବେଳେ ସେ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ଡାକ୍ତରଙ୍କ ନିକଟକୁ ନେବାରୁ ଆସିଥିଲା କରୋନା ପଜେଟିଭ । ବାଧ୍ୟରେ ସେ ଇଟାଲି ଯାଇଥିବା କଥାକୁ ସ୍ୱୀକାର କରିଥିଲେ । ପରେ ବାରମ୍ବାର ପଚାରିବାରୁ ପ୍ରେମିକାଙ୍କ ସହ ଇଟାଲି ଯାଇଥିବା ମାନିଥିଲେ । ପ୍ରଶାସନ ଉକ୍ତ ପ୍ରେମିକାଙ୍କୁ ମଧ୍ୟ ପରୀକ୍ଷା ନିରୀକ୍ଷା କରିଛି । ସୋସିଆଲ ମିଡିଆରେ ଲୋକେ ଏହି ଘଟଣାକୁ ବେଶ ଉପଭୋଗ କରୁଛନ୍ତି । ଲୋକେ କହୁଛନ୍ତି କରୋନାର ଲଢେଇରେ ସିନା ଏହି ବ୍ୟକ୍ତି ଜଣକ ଜିତିଯିବେ ହେଲେ ପରେ ପତ୍ନୀଙ୍କ ସହ ଲଢେଇରେ କି ପରିଣାମ ଭୋଗିବେ ତାହା ଦେଖିବାର ବିଷୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ