ପଞ୍ଜାବରେ ଜାରି ହେଲା କର୍ଫ୍ୟୁ

ପଞ୍ଜାବ : କରୋନା ମୁକାବିଲା ପାଇଁ ସାରା ପଞ୍ଜାବରେ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଓଡ଼ିଶା ସମେତ ୧୦ରୁ ଅଧିକ ରାଜ୍ୟର ବହୁ ସହରରେ ଲକ୍‌ ଡାଉନର ଘୋଷଣା କରାଯାଇଛି। ତଥାପି କିଛି ଲୋକେ ଏହାକୁ ମାନୁ ନଥିବାର ଦେଖାଯାଇଛି। ଲକ୍‌ ଡାଉନ୍‌କୁ ଉଲ୍ଲଂଘନ କରୁଥିବାର ଦେଖାଯାଇଛି। ଏହାକୁ ନେଇ ପଞ୍ଜାବ ସରକାର କଡା ପଦକ୍ଷେପ ନେଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ପୂରା ପଞ୍ଜାବରେ କର୍ଫ୍ୟୁ ଲଗାଇଛନ୍ତି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର୍‌ ମଧ୍ୟ ଲକ୍‌ ଡାଉନର ଘୋଷଣା କରିଛନ୍ତି। ସେହିପରି ଲକ୍‌ ଡାଉନ୍‌କୁ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ହଜାର ଟଙ୍କାର ଜରିମାନା ସହିତ ୬ ମାସର ଜେଲ୍‌ ଦଣ୍ଡର ପ୍ରାବଧାନ ମଧ୍ୟ ରହିଛି। କରୋନାରୁ ମୁକାବିଲା ପାଇଁ ସରକାରଙ୍କ ନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଅପିଲ୍‌ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ