ଅସହ୍ୟ ତାତିରେ ଜଳୁଛି ଓଡିଶା

ଚିକିଟି (ଯୁଗାବ୍ଦ ନ୍ୟୁଜ) ଚିକିଟି ଓ ତାର ଆଖ ପାଖ ଅଞ୍ଚଳରେ ଅତ୍ୟନ୍ତ ରୁଦ୍ର ତାପ ହେବା ସହ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପର୍ବାହ୍ନ ୯ଟା ଠାରୁ ସଂଦ୍ଧ୍ୟାସ୫ଟା ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଜାରି ରହୁଥିବାରୁ ପଥିକମାନଙ୍କ ପକ୍ଷରେ ଯିବାଆସିବା କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ଏତଦବ୍ୟତିତ ସୂର୍ଯ୍ୟାସ୍ତ ପରେ ମଧ୍ୟ ଗଛର ଗୋଟିଏବି ପତ୍ର ହଲୁନଥିବାରୁ ଗତମରେ ଛଟପଟ ହେଉଛନ୍ତି ସ୍ଥାନୀୟ ଲୋକେ । ଗୃହପାଳିତ ପଶୁମାନେ ମଧ୍ୟ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ଅଞ୍ଚଳ ମଧ୍ୟଦେଇ ଲମ୍ବିଥିବା ରାସ୍ତା କଡରେ ୧୦୦ -୨୦୦ ବର୍ଷ ପୁରୁଣା ଗଛ ଗୁଡିକୁ ରାସ୍ତା ପ୍ରଶସ୍ତ କରିବା ବାହାନାରେ କାଟିଦେବା ଫଳରେ ସିମେଣ୍ଟ ରୋଡ ଅସହ୍ୟ ତାତର ପରିମାଣ ବଢାଇବାରେ ଲାଗିଛି । ଏପଟେ ମାତ୍ରାଧିକ ଅଞ୍ଚଳରେ ଜଳ ସଂରକ୍ଷଣ ଓ ବଡ ବଡ ପୋଖରୀରେ ମଧ୍ୟ ଅନାବଶ୍ୟକରେ ଜଳ ନିଷ୍କାସନ ଅତ୍ୟନ୍ତ କଷ୍ଟଦାୟକ ଅନ୍ୟପଟେ ପଥର ଓ କାଠ ମାଫିଆଙ୍କ ଦ୍ୱାରା ଜଙ୍ଗଲ ଓ ପାହାଡ ଖାଲ ହୋଇଯାଇଥିବା ରୁଦ୍ରତାପ ବଢିବାର ମୁଖ୍ୟ କାରଣବୋଲି ପରିବେଶବିତ୍ତମାନେ ମତ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ